କନକ ବ୍ୟୁରୋ: ରାଫେଲ ବିମାନ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ତିନିଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ବିମାନର ମୂଲ୍ୟ କେତେ । ଏବଂ ଏହା ୟୁପିଏ ସରକାରଠାରୁ କମ୍ ନା ଅଧିକ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ବିମାନ ନିର୍ମାଣରେ ଅଭିଜ୍ଞତା ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ କଂଟ୍ରାକ୍ଟ ନଦେଇ କେଉଁ ଆଧାରରେ ଜଣେ ଉଦ୍ୟୋଗପତିଙ୍କୁ କଂଟ୍ରାକ୍ଟ ଦିଆଯାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି ।
ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଏହି ଘୋଷଣା କଲେ ସେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିର ଅନୁମତି ନେଇଥିଲେ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ । ଏହା ସହ ରାହୁଲ କହିଛନ୍ତି ଯେ ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିଜେ ଗଣମାଧ୍ୟମକୁ କହିଥିଲେ ଯେ ମୋତେ ଏହି ନୂଆ ଚୁକ୍ତି ବିଷୟରେ କିଛି ଜଣାନାହିଁ । ତେଣୁ ବିନା ପ୍ରୋସିଜ୍ୟୋରରେ ଏହି ଚୁକ୍ତି ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/1509865466-1509122133-1508778130-1506077340-1504665225-1499343277-1487946285-1487350436-1485740749-1481459887-1480668439-rahul_gandhi_1.jpg)