ରାଗିଣୀ ଏମଏମଏସ୍ -୨ର ପୋଷ୍ଟର ରିଲିଜ ! ହୋସ ଉଡାଇଲା କରିଶ୍ମାଙ୍କ ଟପଲେସ ଅବତାର

56

କନକ ବ୍ୟୁରୋ : ଦିନ ସାରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଚର୍ଚ୍ଚା ଚାଲିଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଧୂମ ମଚାଇଛି ଆଉ ଏକ ଖବର । ଯାହା ହେଉଛି ରାଗିଣୀ ଏମଏମଏସ୍ -୨ର ପୋଷ୍ଟର । ଏହା ପୂର୍ବରୁ ଏହାର ଫାଷ୍ଟ ଲୁକ ଆସିଥିବା ବେଳେ ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି ।

ତେବେ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ସିନେମାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୋଷ୍ଟରକୁ ଦେଖି ସିନେମାରେ ହରର ସାଙ୍ଗକୁ ବୋଲ୍ଡ ସିନ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ପୋଷ୍ଟରରେ କରିଶ୍ମା ଶର୍ମା ଓ ସିଦ୍ଧାର୍ଥ ଗୁପ୍ତାଙ୍କ ବୋଲ୍ଡ ଅବତାର ବି ଦେଖିବାକୁ ମିଳିଛି । ପୁରା କେମିଷ୍ଟ୍ରୀକୁ ଅବତାରଣା କରାଯାଇଛି ପୋଷ୍ଟରରେ । କରିଶ୍ମା ଶର୍ମାଙ୍କ ଟପଲେସ ବୋଲ୍ଡ ଫଟୋ ଏକଦମ ହୋସ ଉଡାଇଛି ସିନେପ୍ରେମୀଙ୍କର ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପୋଷ୍ଟରଟି ଆଜି ପର୍ଯ୍ୟନ୍ତ ଇଣ୍ଡିଆନ ଡିଜିଟାଲ ପ୍ଲାଟଫର୍ମରେ ଜାରୀ ହୋଇଥିବା ସବୁଠୁ ବୋଲ୍ଡ ପୋଷ୍ଟର ମଧ୍ୟରୁ ଗୋଟିଏ । ଯଦି ପୋଷ୍ଟର ଏମିତି ତାହେଲେ ଫିଲ୍ମ କେମିତି ହୋଇଥିବ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି । ସୋସିଆଲ ମିଡିଆରେ ବି ଏହାକୁ ନେଇ ବେଶ ଚର୍ଚ୍ଚା ।

ରିୟା ସେନ ବି ଏହି ସିରିଜରେ ନଜର ଆସିବେ । ସିନେମାରେ ସିମରନ୍ ଭୁମିକାରେ ଆସିବେ ରିୟା । କରିଶ୍ମା କେଉଁ ରୋଲ କରିବେ ତାହା ଜଣାପଡିନି । କିନ୍ତୁ ସେ ହିଁ ମୁଖ୍ୟ ନାୟିକା ଭୁମିକାରେ ଆସିବେ ବୋଲି ସ୍ପଷ୍ଟ ହୋଇଯାଇଛି । ଏଥର ଦୁଇଜଣ ଝିଅଙ୍କୁ ନେଇ ଫିଲ୍ମଟି ଗତିଶୀଳ ହେବ । କଲେଜରେ ଘଟିଥିବା କିଛି ଅଘଟଣର ଏହି ଦୁଇ ଝିଅ ସାକ୍ଷୀ ରହିଥିବେ । ଘଟଣାର ଖୁଲାସା କରିବା ପାଇଁ ଏମଏମଏସକୁ ଖୋଜିବା ସମୟରେ କଣ ଘଟୁଛି ତାହା ସିନେମାରେ ପ୍ରଦର୍ଶିତ ହେବ ।

ମୁଖ୍ୟ ଭୁମିକାରେ ଥିବା କରିଶ୍ମା ଏହା ପୂର୍ବରୁ ପବିତ୍ର ରିସ୍ତା ଓ ୟେ ହୈ ମୋହବତେ ଭଳି ଟିଭି ସିରିୟଲରେ ନଜର ଆସିଛନ୍ତି । ତେବେ ରାଗିଣୀ ଏମଏମଏସ-୨ଆଗକୁ ବକ୍ସ ଅଫିସରେ କଣ ଧମାଲ କରୁଛି ତାହା ରିଲିଜ ପରେ ହିଁ ଜଣା ପଡିବ ।