କନକ ବ୍ୟୁରୋ: ସୁନ୍ଦରଗଡ଼ ଲୋକସଭା ଆସନ ଅଧିନରେ ଥିବା ରଘୁନାଥପାଲୀ ବିଧାନସଭା କ୍ଷେତ୍ରରେ ଚାଲିଛି ଲଢ଼େଇ । କାରଣ ଭୋଟ୍ ଦେଇ ନେତା ବାଛୁଛନ୍ତି ଜନତା । ତେବେ ଏହି ଆସନରେ କେଉଁ ଦଳର ପ୍ରାର୍ଥୀଙ୍କୁ ଭରସା କରିବେ ଭୋଟର ସେନେଇ ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । କିନ୍ତୁ ଆସନ୍ତା ମେ’ ୨୩ ତାରିଖରେ ଆସିବାକୁ ଥିବା ଫଳାଫଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ରଘୁନାଥପାଲୀର ରାଜନୀତି ଅଙ୍କ କେଉଁଭଳି ରହିଛି ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ସୁବ୍ରତ ତରାଇ
କଂଗ୍ରେସ: ପ୍ରଶାନ୍ତ ସେଠୀ
ବିଜେପି: ଜଗବନ୍ଧୁ ବେହେରା
୨୦୧୯-ବିଜେଡି: ସୁବ୍ରତ ତରାଇ
- ୨ ଥର ବିଧାୟକ
- ପରିବହନ ମନ୍ତ୍ରୀ ଥିଲେ
- ତୃତୀୟଥର ପାଇଁ ଟିକେଟ୍ ମିଳିଛି
୨୦୧୯-କଂଗ୍ରେସ: ପ୍ରଶାନ୍ତ ସେଠୀ
- ସମାଜସେବୀ
- ବିଜେଡିରୁ କଂଗ୍ରେସ ଆସିଛନ୍ତି
- ବିଧାୟକ ସାରଦା ନାୟକଙ୍କ ଅନୁଗତ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
୨୦୧୯-ବିଜେପି: ଜଗବନ୍ଧୁ ବେହେରା
- ୨୦୧୪ରେ ପରାଜିତ
- ବିଜେପି ଜିଲ୍ଲା ସଭାପତି
- ଦ୍ୱିତୀୟଥର ପାଇଁ ବିଜେପି ପ୍ରାର୍ଥୀ
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ରାଉରକେଲା ଏବଂ ଲାଠିକଟା ବ୍ଳକର ୬ଟି ପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇ ଲଗାତର ୨ଥର ବିଧାୟକ ଏବଂ ମନ୍ତ୍ରୀ ଥିଲେ
- ବିଜେଡିରୁ କଂଗ୍ରେସ ଆସିଥିବା ଏବଂ ବିଜେଡି ବିଧାୟକ ସାରଦା ନାୟକଙ୍କ ଅନୁଗତ ପ୍ରଶାନ୍ତ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
- ବିଜେପି ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ପୁଣି ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି
ରଘୁନାଥପାଲୀ ବିଧାନସଭା ଆସନ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୧୯୭୪ରେ ଗଠନ ହୋଇଥିଲା ରଘୁନାଥପଲି ନିର୍ବାଚନମଣ୍ଡଳୀ
- ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ୨୦୦୯ରେ ବିଜେଡି ପ୍ରଥମଥର ପାଇଁ ଜିତିଲା
- ମନସିଦ୍ ଏକ୍କା ଏବଂ ହାଲୁ ମୁଣ୍ଡାରୀ ଜେଏମଏମରୁ ବିଧାୟକ
- ସୁବ୍ରତ ତରାଇ ବିଜେଡିରୁ ଲଗାତର ୨ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୪ ହଜାର ୧୪୬
- ମତ ଦେଇଥିଲେ – ୧ ଲକ୍ଷ ୫ ହଜାର ୬୪୦
- ଭୋଟଦାନ ହାର – ୬୪.୩୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୁବ୍ରତ ତରାଇ ବିଜେଡି ୪୯,୦୭୪ ୪୬.୪୫% ବିଜୟୀ
ଗଜେନ୍ଦ୍ର ତନ୍ତୀ କଂଗ୍ରେସ ୧୪,୫୬୬ ୧୩.୭୯% ପରାସ୍ତ
ଜଗବନ୍ଧୁ ବେହେରା ବିଜେପି ୩୩,୦୩୩ ୩୧.୨୭% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ସୁବ୍ରତ ତରାଇ ନିର୍ବାଚନ ଜିତିଥିଲେ
- ୪୯ ହଜାର ୭୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କୁ ପରାସ୍ତ କରିଥିଲେ
- ୧୬ ହଜାର ୪୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ