ଗଣତନ୍ତ୍ର ଦିବସରେ ଗର୍ଜିବ ରାଫେଲ । ଦିଲ୍ଲୀରେ ଆକାଶରେ ଦମ ଦେଖାଇବ ଭାରତୀୟ ବାୟୁସେନାର ବିମାନ । ‘ଚିନୁକ’, ‘ଆପାଚେ’ର ପରାକ୍ରମ ଦେଖି ଛାନିଆ ହୋଇଯିବ ପାକିସ୍ତାନ ?

692

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଭାରତୀୟ ବାସୁସେନାର ପରାକ୍ରମ । ଆସନ୍ତା ଜାନୁୟାରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପରେଡରେ ଶକ୍ତିପ୍ରଦର୍ଶନ କରିବେ ବାୟୁସେନାର ଲଢୁଆ ବିମାନ । ପରେଡ ପାଇଁ ବାୟୁସେନାର ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଏଥର ଦିଲ୍ଲୀ ଆକାଶରେ ଦମ ଦେଖାଇବେ ବାୟୁସେନାର ଲଢୁଆ ବିମାନ ରାଫେଲ ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ‘ଚିନୁକ’ ।

ଫ୍ରାନ୍ସରେ ନିର୍ମିତ ରାଫେଲ ଆଉ ଆମେରିକାରେ ନିର୍ମିତ ଭାରତର ଯୁଦ୍ଧ ବିମାନ ଚିନୁକ ସହ ‘ତେଜସ’ ବି ରାଜପଥ ଉପରେ ଶକ୍ତି, ସୌର୍ଯ୍ୟ ପ୍ରଦର୍ଶନ କରିବେ । ଏହା ବ୍ୟତିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ଓ ହେଲିକପ୍ଟରକୁ ବି ପ୍ରଦର୍ଶନରେ ସାମିଲ କରାଯିବ । ତେବେ ମାଟିରୁ ଉଠି ମଝି ଆକାଶରେ ଶତ୍ରୁ ପକ୍ଷକୁ ଗୋଡେଇ ଗୋଡେଇ ଆକ୍ରମଣ କରିପାରୁଥିବା ମିଶାଇଲ ‘ଆକାଶ’ ଓ ‘ଅସ୍ତ୍ର’ ବି ପରେଡରେ ନିଜ ଆଖି ଝଲସା ପ୍ରଦର୍ଶନ ଦେଖାଇବ ।

ସେପଟେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଡବଲ ଇଞ୍ଜିନ ବାଲା ବିମାନ ରାଫେଲ ବାୟୁସେନାରେ ସାମିଲ ହେବାକୁ ଥିବାରୁ ଏହାର ଉଡାଣ ପାଇଁ ଫ୍ରାନ୍ସ ଯାଇ ଟ୍ରେନିଂ ନେଇ ସାରିଛନ୍ତି ଭାରତୀୟ ପାଇଲଟ । ଖାଲି ରାଫେଲ ଭଳି ଲଢୁଆ ବିମାନ ନୁହେଁ ହାଲରେ ନିର୍ମିତ ତେଜସ ହେଲିକପ୍ଟର ବି ପରେଡରେ ନିଜ ଶକ୍ତିର ପ୍ରଦର୍ଶନ କରିବ । ତେବେ ୨୧ ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡି ପାରୁଥିବା ତେଜସ ହେଲକପ୍ଟର ଆକାଶ ଉପରୁ ମିଜାଇଲ ମାଡ କରିପାରିବାର କ୍ଷମତା ରଖିଛି ।

ସେହିପରି ଅନ୍ୟତମ ଲଢୁଆ ଯୁଦ୍ଧ ହେଲିକପ୍ଟର ଆପାଚେକୁ ବାୟୁସେନାରେ ସାମି କରାଯାଇ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮ଟି ବିମାନ ବାୟୁସେନାରେ ମିଶିଛନ୍ତି ତେବେ ଆଗାମୀ ଦିନରେ ୨୨ଟି ହେଲକପ୍ଟର ବାୟୁସେନାରେ ମିଶିବାକୁ ଯାଉଛି । ପଠାନକୋଟ ଏୟାରବେସରେ ଏସବୁ ଆପାଚେକୁ ମୁତୟନ କରାଯିବାକୁ ଥିବାବେଳେ ଗଣତନ୍ତ୍ର ଦିବସ ପରେଡରେ ଏହାର ଝଲକ ଦେଖିବେ ଭାରତବାସୀ ।

ତେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ତାର ବାୟୁସେନାର ଶକ୍ତି ଦିଲ୍ଲୀ ଆକାଶରେ ପ୍ରଦର୍ଶନ କରିବାକୁ ଯାଉଛି । ରାଫେଲ ଠାରୁ ଆରମ୍ଭ କରି ଚିନୁକ ଯାଏଁ । ତେଜସ ଠାରୁ ଆରମ୍ଭ କରି ଆପାଚେ ଯାଏଁ ଭାରତୀୟ ବାୟୁସେନାର ଅଦମ୍ୟ ଶକ୍ତି ପ୍ରଦର୍ଶନ ପାକିସ୍ତାନ ଛାତିରେ ଛନକା ପଶାଇବ ନିଶ୍ଚିତ । କାରଣ ପାକିସ୍ତାନକୁ ପାନେ ଦେବାକୁ ଆଉ ଆତଙ୍କବାଦୀଙ୍କ ମୂଳପୋଛ କରିବାକୁ ବାୟୁସେନା ତାର ଶକ୍ତିକୁ ଯେମିତି ପ୍ରସ୍ତୁତ କରି ରଖିଛି ତାହା ପାକ୍ ଛାଡିରେ ଡର ଭରିଦେବ ନିଶ୍ଚିତ ।