ଲେମ୍ବୁ , ନାରିକେଳ ,ଟିକା ଏବଂ “ଓମ୍” ଏଭଳି ଭାବେ ପୂଜା ହେଲା ଲଢୁଆ ବିମାନ ରାଫେଲ୍ ! ଶସ୍ତ୍ର ପୂଜାକୁ ଡ୍ରାମା କହିଲେ କଂଗ୍ରେସ ନେତା 

393

ଭାରତକୁ ତାହାର ପ୍ରଥମ ଫ୍ରାନ୍ସ ଲଢୁଆ ବିମାନ ରାଫେଲ୍ ମିଳିଯାଇଛି । ରାଫେଲ୍ ମିଳିବା ପୂର୍ବରୁ ଯେତେ ରାଜନୈତିକ ଝଡ଼ ଦେଖାଦେଇଥିଲା ଏବେ ଭାରତକୁ ରାଫେଲ୍ ମିଳିବା ପରେ ମଧ୍ୟ ପୁଣିଥରେ ବିବାଦ ଦେଖାଦେଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ଫ୍ରାନ୍ସରେ ଶସ୍ତ୍ରପୂଜା କରିବା ପରେ ହିଁ ରାଫେଲ୍ କୁ ଆଣିଥିଲେ । ଏହି ସମୟରେ ସେ ରାଫେଲ୍ ଉପରେ ନାରିକେଳ ଚଢାଇ “ଓମ୍” ଚିହ୍ନ କରିଥିଲେ । ରାଫେଲ୍ ଚକରେ ଲେମ୍ବୁ ରଖାଯାଇଥିଲା । ବର୍ତ୍ତମାନ କଂଗ୍ରେସ ନେତା ସଂନ୍ଦିପ୍ ଦିକ୍ଷିତ୍ ଏହି ଭଳି ପୂଜା ଉପରେ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

 

ରାଫେଲ୍ ର ଶସ୍ତ୍ର ପୂଜା ଉପରେ କ’ଣ କହିଛନ୍ତି ସଂନ୍ଦିପ୍ ଦିକ୍ଷିତ୍ ? 

କଂଗ୍ରେସ ନେତା ସଂନ୍ଦିପ୍ ଦିକ୍ଷିତ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହଙ୍କ ଦ୍ୱାରା କରାଯାଇଥିବା ରାଫେଲ୍ ବିମାନ ଆଣିବା ସମୟରେ ହିଁ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ରାଫେଲ୍ କୁ ରକ୍ଷାମନ୍ତ୍ରୀ କାହିଁକି ରିସିଭ୍ କଲେ ଏହି କାମ ବାୟୁସେନା ଦ୍ୱାରା ମଧ୍ୟ କରାଯାଇଥାନ୍ତା । ଏହା କେବଳ ଗୋଟିଏ ଲଢୁଆ ବିମାନ ଯାହା ଆମକୁ ମିଳୁଛି ।

ରାଫେଲ୍ ବିମାନରେ ଲେମ୍ବୁ ଚଢାଇବାକୁ ନେଇ ସେ କହିଥିଲେ , ଦଶହରା ଭାରତର ଏକ ବଡ଼ ପର୍ବ କିନ୍ତୁ ଆପଣମାନେ ଏହାକୁ ଏୟାରକ୍ରାଫ୍ଟ ସହ କାହିଁକି ଯୋଡୁଛନ୍ତି? ଏହି ସରକାରଙ୍କ ସହ କେବଳ ଏହି ଅସୁବିଧା ରହୁଛି ଯେ କାମ କରିବା ସହ ଅଧିକ ନାଟକ କରୁଛନ୍ତି । ଖାଲି କଂଗ୍ରେସ ନୁହଁ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଶସ୍ତ୍ରପୂଜାକୁ ନେଇ ବିବାଦ ଦେଖାଦେଉଛି । କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ରାଫେଲ୍ କୁ ଦେଶୀ ବୋଲି କହିଛନ୍ତି । ଏହାସହ ରାଫେଲ୍ ର ଅନେକ ଲେମ୍ବୁ-ନାରିକେଳ ଉପରେ ମଧ୍ୟ ମିମ୍ କରାଯାଉଛି ।