ରଥଯାତ୍ରା ଉପଲକ୍ଷେ ରେଡିଓ ଚକଲେଟର ଅଭିନବ କାର୍ଯ୍ୟକ୍ରମ । ଫରଚ୍ୟୁନେଟ୍-୧୫ ପ୍ରତିଯୋଗିତାର ଭାଗ ନିଅନ୍ତୁ, ରଥଯାତ୍ରାରେ ପୁରୀ ଯାଇ ଶ୍ରୀଜିଉଙ୍କ ଭବ୍ୟ ଦର୍ଶନର ସୁଯୋଗ ପାଆନ୍ତୁ ।

77

କନକ ବ୍ୟୁରୋ : ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳିଥାଏ ବୋଲି କୋଟି କୋଟି ଓଡ଼ିଆଙ୍କର ଏହା ବିଶ୍ୱାସ । ଚଳିତ ବର୍ଷ ପବିତ୍ର ରଥଯାତ୍ରା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଶାର ନିଜର ପ୍ରଥମ ଘରୋଇ ଏଫ୍.ଏମ୍. ଷ୍ଟେସନ୍ ରେଡିଓ ଚକଲେଟ୍ ୧୦୪ ଏଫ୍ .ଏମ୍. ଓ ଫରଚ୍ୟୁନ ସନଫ୍ଲାୱାର ଅଏଲର ସହଯୋଗରେ ରେଡିଓ ଶ୍ରୋତା, ସମ୍ବାଦ ପାଠକ ତଥା କନକ ନ୍ୟୁଜର ଦର୍ଶକ ମାନଙ୍କ ପାଇଁ ଏକ ଅଭିନବ ପ୍ରତିଯୋଗିତା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିଯୋଗିତାର ନାମ “ଫରଚ୍ୟୁନେଟ୍ -୧୫” । ଏହି ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୧୫ ଜଣ ଭାଗ୍ୟଶାଳୀ ବିଜେତା ରଥଯାତ୍ରା ଦିନ ରେଡିଓ ଚକଲେଟ୍ ଆରଜେ ମାନଙ୍କ ସହିତ ପୁରୀ ଯାଇ ରଥଯାତ୍ରା ଓ ଶ୍ରୀ ଜୀଉଙ୍କ ଭବ୍ୟ ଦର୍ଶନର ସୁଯୋଗ ପାଇପାରିବେ ।

ଏହି ପ୍ରତିଯୋଗିତାରେ ଭାଗନେବାକୁ ହେଲେ ରେଡିଓ ଚକଲେଟରେ ପ୍ରତ୍ୟେକ ଦିନ ଜଗନ୍ନାଥ ସଂସ୍କୃତି ବା ରଥଯାତ୍ରା ସମ୍ପର୍କୀୟ ପଚରାଯାଉଥିବା ଏକ ପ୍ରଶ୍ନର ଉତ୍ତର ରେଡିଓ ଚକଲେଟର ଅଫିସିଆଲ୍ ଫେସବୁକ୍ ପେଜ୍ ଯାଇ କିମ୍ବା ୮୯୦୮୦୨୦୧୦୪ ନମ୍ବରକୁ ହ୍ୱାଟସଆପ୍ କରିବାକୁ ହେବ । ରେଡିଓ ଚକଲେଟ୍ ସହ ପ୍ରଶ୍ନ ଗୁଡ଼ିକ “ସମ୍ବାଦ” ଖବର କାଗଜରେ ମଧ୍ୟ ପାଇପାରିବେ । ଜୁନ୍ ୨୯ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥବା ଏହି ପ୍ରତିଯୋଗିତାରେ ୧୫ ବର୍ଷରୁ ଉଦ୍ଧ୍ୱର୍ ଉଭୟ ପୁରୁଷ ଏବଂ ମହିଳା ଅଂଶ ଗ୍ରହଣ କରିପାରିବେ । ପ୍ରତିଯୋଗିତା ବିଷୟରେ ଅଧିକ ଜାଣିବା ପାଇଁ ପ୍ରତ୍ୟହ ରେଡିଓ ଚକଲେଟ୍ ଶୁଣିବା ପାଇଁ ଏବଂ ସମ୍ବାଦ ଖବର କାଗଜ ପଢ଼ିବା ପାଇଁ ଅନୁରୋଧ କରାଯାଇଛି ।