କନକ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର । ବାତ୍ୟା ଫୋନି ପରେ ପୁଣି କୂଳ ଲଂଘୁଛି ସମୁଦ୍ର । ଗତ ଦୁଇ ଦିନ ହେଲା ସମୁଦ୍ର କୂଳ ଖାଉଥିବାର ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ନିକଟସ୍ଥ ବେଳାଭୂମିରେ ସମୁଦ୍ର ପାଖକୁ ପାଖକୁ ମାଡ଼ି ଆସୁଛି । ଏହାର ପ୍ରତିକାର ନକଲେ ସମୁଦ୍ର ବେଳା ମାର୍ଗର ନିକଟତର ହେବ ବୋଲି କୁହାଯାଉଛି । ପୂର୍ବରୁ କିଛି ମାସ ତଳେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଏଥିପାଇଁ ଚେନ୍ନାଇରୁ ଏକ ବିଶେଷଜ୍ଞ ମଧ୍ୟ ଆସିଥିଲେ ।
ବେଳାଭୁମିରେ ଏକ ସିନ୍ଥେଟିକ୍ ପ୍ରାଚୀର ନିର୍ମାଣ ପାଇଁ ବିଶେଷଜ୍ଞ ଟିମ୍ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ମାତ୍ର ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଏଠାରେ ତାହା କାର୍ଯ୍ୟକାରୀ କରିବା ସମ୍ଭବ ହୋଇନଥିବାରୁ ଅନ୍ୟ କିଛି ପ୍ରତିକାର କରିବାକୁ ଯୋଜନା ହୋଇଥିଲା । ପରେ ଏହାକୁ ସମସ୍ତେ ଭୁଲିଯାଇଥିବା ବେଳେ ଏହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସମୁଦ୍ର କୂଳ ଲଂଘିବା ଯୋଗୁଁ ସମୁଦ୍ର କୂଳରେ ଥିବା ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/dd6ffad43bfc047079de4e9c6c8ed72c.jpg)