ପୁଣି ସରକାରଙ୍କ ବିରୋଧରେ ଶଙ୍କରାଚାର୍ଯ୍ୟଙ୍କ ବିଷୋଦଗାର ! କହିଲେ ଧର୍ମ ସଂସ୍କୃତି ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର

21

କନକ ବ୍ୟୁରୋ: ପୁଣି ରାଜ୍ୟ ସରକାର ଉପରେ ବର୍ଷିଲେ ପୁରୀ ଶଙ୍କରାଚାର୍ଯ୍ୟ । କହିଛନ୍ତି ଧର୍ମ ଓ ସଂସ୍କୃତି ସହ ଖେଳ ଖେଳୁଛନ୍ତି ନବୀନ ସରକାର । ଭଦ୍ରକରେ ଆୟୋଜିତ ମହାବିଷ୍ଣୁ ଯଜ୍ଞ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ପ୍ରରୋଚନାରେ ପଡ଼ି ସରକାର ମଠ, ମନ୍ଦିର ଓ ସଂସ୍କୃତି ବିରୋଧି କାମ କରୁଥିବା କହିଛନ୍ତି ।

ଏପରିକି ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଗୋବର୍ଦ୍ଧନ ପୀଠକୁ ମଧ୍ୟ କ୍ଷତି ପହଂଚାଇବାକୁ ଅପଚେଷ୍ଟା ହେଉଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନାରେ ଅଯଥା ହସ୍ତକ୍ଷେପ କରୁଛନ୍ତି ରାଜ୍ୟ ସରକାର । ଯାହା ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ସହ ରାଜ୍ୟରେ ଗୋହତ୍ୟା ଓ ଗୋଚାଲାଣ ବୃଦ୍ଧି ପାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।