ଲାଗିଲା କଳସ, ଓଲଟଶୁଆ ।

77

ଆଉ ୨ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଧୀରେ ଧୀରେ ଗହଳି ଆରମ୍ଭ ହେଲାଣି । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ମଧ୍ୟ ସରିଆସିଲାଣି । ରଥ ନିର୍ମାଣ ସମ୍ପର୍କରେ ନନ୍ଦିଘୋଷ ରଥର ବିଶ୍ୱକର୍ମା ବିଜୟ ମହାପାତ୍ରଙ୍କ ସୂଚନା ମୁତାବକ,ଚଳିତବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ସୁରୁଖୁରୁରେ ଚାଲିଛି । ରଥ କାମ ଶେଷ ପର୍ଯ୍ୟାୟରେ ପର୍ଯ୍ୟାୟରେ ପହଞ୍ôଚଛି । ବୁଧବାର ତିନିରଥର ୩ ଟି କଳସ ଓ ଅଁଳା ଲଗାଯାଇଛି । ପ୍ରତି କଳସର ଦୁଇପାଶ୍ୱର୍ରେ ଦୁଇଟି ଓଲଟଶୁଆ ମଧ୍ୟ ଲଗାଯାଇଛି । ତିନିରଥ ଦୁଆର ବେଢାରେ କପଡା ପକାଯାଇଛି । ପ୍ରତି ରଥ ଉପରକୁ ଠେକରାବାଡ ଉଠାଯାଇଛି । ଗୁରୁବାର ଏହାକୁ ବାଡିଆ ଯିବ ବୋଲି ମହାପାତ୍ର କହିଛନ୍ତି । ସେହିପରି ଶ୍ରୀନଅର ପରିସରରେ ଚିତ୍ରକାର ସେବକମାନେ ପ୍ରଭାରେ ରଙ୍ଗ ଦେଉଛନ୍ତି । ଏହି ରଙ୍ଗ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦର୍ଜି କାରିଗରମାନେ କପଡା ସିଲେଇ କାମ ଜାରି ରଖିଛନ୍ତି । ଦର୍ଜି ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ସୂଚନା ମୁତାବକ ,ତିନିରଥର ଦୁଆରବେଢା,ଚନ୍ଦ୍ରଶାଳୀ,ଅଁଳାଶ୍ରୀ ଓ ମେଣ୍ଢାମୁଣ୍ଡିଆ କାମ ସାରି ଏସବୁ ପକାଯାଉଛି । ବର୍ତ୍ତମାନ ସାରଥି ପୋଷାକ,ଚକା ଅପସର ଚାଲିଛି,ଲାଗି ଲୁଗା କାମ ଚାଲିଛି ।