ପ୍ରମାଣିତ ହେଲା ରାଜପଥରେ ରାହାଜାନି : ଫିଟିଲା ପୁରୀ ପଟ୍ଟନାୟିକିଆ ଛକ ଗୁଳିକାଣ୍ଡ ଗୁମର

32

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଖୋଲିଲା ପଟ୍ଟନାୟିକିଆ ଛକ ଗୁଳିକାଣ୍ଡର ଗୁମର । ଲୁଟ ପାଇଁ ହତ୍ୟା ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ସିସିଟିଭି ଫୁଟେଜରୁ ମିଳିଛି ସୁରାଗ । ଘଟଣାରେ ପିପିଲି ଲକ୍ଷ୍ମୀନାରାୟଣପୁରର ମନୋଜ ସାହୁଙ୍କୁ ଗିରଫ କରାଯାଇଛି । ଏଥିସହ ନିମାପଡା ବଳଙ୍ଗା ଅଂଚଳର ଦୁଇଜଣଙ୍କୁ ଅଟକ ରଖିଛି ପୁଲିସ । ଓଲଟପୁର ଗୁଳିକାଣ୍ଡ ଘଟଣାରେ ମଧ୍ୟ ଏମାନ ସଂପୃକ୍ତ ଥିବା ଜଣାପଡିଛି । ପୁରୀ ପଟ୍ଟନାୟିକିଆ ଛକରେ ସଂପର୍କୀୟ ଭାଉଜ-ଦିଅର ବାଇକରେ ଯାଉଥିବାବେଳେ ସୁନାଚେନ୍ ଲୁଟ କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ । ଅଭିଯୋଗ ହୋଇଥିଲା ଲୁଟ ବେଳେ ଦୁର୍ବୃତଙ୍କ ଗୁଳିମାଡରେ ମନୋରଞ୍ଜନ ବେହେରାଙ୍କ  ମୃତ୍ୟୁ ଘଟିଥିଲା । ତେବେ ଘଟଣାକୁ ନେଇ ସଂପୃକ୍ତ ମହିଳା ରେଣୁବାଳା ବେହେରା ପୁଲିସ ନିକଟରେ ବାରମ୍ବାର ବୟାନ ବଦଳାଇଥିଲେ । ଫଳରେ ଘଟଣାଟି ରହସ୍ୟ ଘେରରେ ରହିଥିଲା । ଏପରିକି ରେଣୁବାଳାଙ୍କ ସ୍ୱାମୀ, ପୁଅ ଓ ମନୋରଞ୍ଜନଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅଟକ ରଖି ଜେରା କରିଥିଲା ପୁଲିସ। ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଲୁଟ୍ ଉଦେଶ୍ୟରେ ହତ୍ୟା ସେନେଇ ଛାନଭିନ ଜାରି ରଖିଥିଲା ପୁଲିସ।