ଗେଲଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୪ ରନର ଟାର୍ଗେଟ୍ ଦେଲା ପଞ୍ଜାବ ।

79

କନକ ବ୍ୟୁରୋ : ଆଇପିଏଲର ୩୭ ତମ ମ୍ୟାଚରେ ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ରୋମାଞ୍ଜକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୬୩ ରନ୍ ସଂଗ୍ରହ କରିଛି ।

ପ୍ରଥମରୁ ଭଲ ଆରମ୍ଭ କରିଥିଲେ ବି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ କ୍ରିସ୍ ଗେଲ୍ ଦମଦାର ବ୍ୟାଟିଂ କରିବା ସହ ୩୭ଟି ବଲରୁ ୫ଟି ଛକା ଏବଂ ୬ଟି ଚୌକା ବଳରେ ୬୯ ରନ୍ ସଂଗ୍ରହ କରିଥିବା ବେଳେ ମନଦୀପ ସିଂହ ୩୦ ରନ୍ କରିଛନ୍ତି । ସେପଟେ ଦିଲ୍ଲୀ ପକ୍ଷରୁ ସନ୍ଦିପ ଲାମିଚାନ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।