କାଶ୍ମୀର ଘଟଣାକୁ ସାରା ବିଶ୍ୱରେ କରାଗଲା ନିନ୍ଦା । ସେପଟେ, ପାକିସ୍ତାନ କହିଲା ଆତଙ୍କୀହାମଲା ଚିନ୍ତାର ବିଷୟ

କାଶ୍ମୀରରେ ଗତକାଲି ହୋଇଥିବା ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି

506

କନକ ବ୍ୟୁରୋ : କାଶ୍ମୀରରେ ଗତକାଲି ହୋଇଥିବା ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ଭାରତକୁ ଅନବେକ ଦେଶରୁ ସମବେଦନାର ବାର୍ତା ମଧ୍ୟ ଦିଆଯାଇଛି । ଗତକାଲି ଆତଙ୍କୀ ଆକ୍ରମଣରେ ପାଖାପାଖି ୪୦ ଯବାନ ସହିଦ ହେବା ପରେ ସାରା ଦେଶରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ମଧ୍ୟ ଏହି ଆକ୍ରମଣକୁ ଚିନ୍ତାର ବିଷୟ ବୋଲି କହିଛି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ, ଭାରତରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ।

କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଆମେ ଆତଙ୍କବାଦକୁ ନିନ୍ଦା କରୁଛୁ ବୋଲି ପାକିସ୍ତାନ କହିଛି । ଏହାସହ ଏହି ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ ଦାୟୀ କରାଯାଉଥିବାକୁ ଖାରଜ କରିଛି । କେବଳ ପାକିସ୍ତାନ ନୁହେଁ ଭାରତର ଅନେକ ମିତ୍ର ରାଷ୍ଟ୍ର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଗତାକାଲି ଏହି ଖବର ଆସିବାପରେ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।