ଭାରତୀୟ ବାୟୁସେନାର ବିସ୍ଫୋଟକରେ ନିପାତ ହୋଇଥିବା ମୌଲାନା ୟୁସୁଫ୍ ଅଜହର୍ କିଏ ଯାହାକୁ ମସୁଦ୍ ଅଜହରର ସଳା ବୋଲି କୁହାଯାଉଛି ?

305

ଭାରତୀୟ ବାୟୁସେନା ମିରାଜ୍ ୨୦୦୦ ବିମାନ ଆଜି ସକାଳ ପାକିସ୍ତାନର ଆଠଟି ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରିଥିଲା । ଏହି ସବୁ ଠିକଣା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ବୋଲି କୁହାଯାଉଛି । ଭାରତୀୟ ବାୟୁସେନାରେ ଜୈସ୍ ର ପ୍ରମୁଖ ମସୁଦ୍ ଅଜହରର ସଳା ମୌଲାନା ୟୁସୁଫ୍ ଅଜହର୍ ତଥା ଉସ୍ତାଦ୍ ଗୋହରୀ ନିପାତ ହୋଇଥିବାର ଆଶଙ୍କା କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ୟୁସୁଫ୍ ମୃତ୍ୟୁର କୌଣସି ପ୍ରମାଣ ମିଳିନାହିଁ । ସୂତ୍ରାନୁସାରେ ଏହି ଆକ୍ରମଣରେ ୨୦୦ ରୁ ୩୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଆକ୍ରମଣରେ ବିଦେଶ ସଚିବ ବିଜୟ ଗୋଖଲେ ଏକ ପ୍ରେସ୍ କନଫ୍ରେନ୍ସରେ କହିଥିଲେ ଯେ ଭାରତ ଏହି ଆକ୍ରମଣରେ ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ଏହି ଅଭିଯାନରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କିଛି ଆତଙ୍କବାଦୀ ,ପ୍ରଶିକ୍ଷକ,ଫିଦାୟିନ୍ ଆକ୍ରମଣକାରୀଙ୍କୁ ମାରି ଦେଇଛନ୍ତି । ବାଲାକୋଟ୍ କ୍ୟାମ୍ପ ଜୈସ୍ କମାଣ୍ଡର ମୌଲାନା ୟୁସୁଫ୍ ଅଜହର୍ ଚଲାଉଥିଲା ଯେ ମସୁଦ୍ ଅଜହରର ସଳା ଥିଲା । ପୁଲୱାମା ଆକ୍ରମଣକୁ ଏହି ସଂଗଠନ ଚଳାଉଥିଲା ।
ଗୋଖଲେଙ୍କ କହିବା ଅନୁସାରେ ଏହି ସଂଗଠନ ଦେଶର ଅନେକ ସ୍ଥାନରେ ଏଭଳି ଆତ୍ମଘାତୀ ଆକ୍ରମଣ କରିବାର ଚିନ୍ତାରେ ଥିଲା । ଏଥିପାଇଁ ଫିଦାୟିନ୍ ଜିହାଦିଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ଏମିତିରେ ଭାରତ ତରଫରୁ ଶତ୍ରୁଙ୍କୁ କଡା ଜବାବ୍ ଦେବା ଆବଶ୍ୟକ ହୋଇପଡିଥିଲା । ଭାରତ ତରଫରୁ ଜେଡିଏମ୍ ସବୁଠାରୁ ବଡ କ୍ୟାମ୍ପ୍ ଉପରେ ଟାର୍ଗେଟ୍ କରିଛି । ଭାରତ ଆତଙ୍କବାଦ ସହ ଲଢିବା ପାଇଁ ସବୁ ଉପାୟ ଆପଣାଇବାକୁ ଦୃଢ ସଂକଳ୍ପବଦ୍ଧ ରହିଛି ।

ଇଣ୍ଟରପୋଲ୍ ସୂଚୀରେ ସାମିଲ୍ ୟୁସୁଫର ନାଁ :

ୟୁସୁଫ୍ ଅଜହରକୁ ବାୟୁସେନା ଆତଙ୍କୀ କ୍ୟାମ୍ପରେ ହୋଇଥିବା ଆକ୍ରମଣରେ ମାରିଥିଲେ ମଧ୍ୟ ଇଣ୍ଟରପୋଲ୍ ସୂଚୀରେ ସର୍ବାଧିକ ବାଞ୍ଚନୀୟ ଅପରାଧି ରୁପେ ସାମିଲ ରହିଛି । ସେ ୧୯୯୯ ରେ କଂଧାରରେ ହୋଇଥିବା ଆଇସି-୮୧୪ ବିମାନ ଅପହରଣକାରୀଙ୍କ ସୂଚିରେ ସାମିଲ ଥିଲେ ।