ଭିଆଇପି ସଂସ୍କୃତିକୁ ଘୃଣା କରନ୍ତି ଲୋକେ ! ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧନ କରି କହିଲେ ମୋଦି

30

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଅଲ ଇଣ୍ଡିଆ ରେଡିଓରେ ମନ କିବାତର ୩୧ ତମ ସଂସ୍କରଣ ଦିନ ୧୧ଟା ପ୍ରସାରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ କିପରି ଖରାଛୁଟି କାଟିବେ, ଜଳବାୟୁ ପରିବର୍ତନ, ଭିଆଇପି କଲଚର ସହ ବହୁ ପ୍ରସଙ୍ଗରେ ମତ ରଖିଥିଲେ । ଭିଆଇପି କଲଚରକୁ ସାଧାରଣ ଲୋକେ ପସନ୍ଦ କରନ୍ତି ନାହିଁ । ସରକାର ଭିଆଇପିଙ୍କ ଗାଡିରୁ ନାଳିବତୀ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ନାଳିବତୀ ପ୍ରତି ଲୋକଙ୍କ ମନରେ ଥିବା ବିଚାର ଧାରାର ମଧ୍ୟ ପରିବର୍ତନ ଜରୁରୀ । ନ୍ୟୁ ଇଣ୍ଡିଆରେ ଭିଆଇପି କଲଚର ସ୍ଥାନରେ ଇପିଆଇ ବା ଏଭ୍ରି ପରସନ ଇଂପୋର୍ଟାଂଟ ହେବ ବୋଲି କହିଛନ୍ତି ମୋଦି । ସେହିପରି ଟଙ୍କା ନେଣଦେଣ କରିବା ପାଇଁ ଭୀମ ଆପ୍ସର ବହୁଳ ବ୍ୟବହାର କରିବାକୁ ସେ ଅପିଲ କରିଛନ୍ତି । ନିଜେ ଭୀମ ଆପ୍ସ ବ୍ୟବହାର କରିବା ସହ ସାଙ୍ଗ ସାଥୀଙ୍କୁ ମଧ୍ୟ ଭୀମ ଆପ୍ସ ବ୍ୟବହାର ପରାମର୍ଶ ଦେବାକୁ ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ସରକାର ମେ ୧ ତାରିଖରେ ସନ୍ଥ ରାମାନୁଜଙ୍କ ଜୟନ୍ତୀ ପାଳନ କରିବ ବୋଲି ମୋଦି ଘୋଷଣା କରିଛନ୍ତି ।