ମେଡିକାଲରେ କରୁଣାନିଧିଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି ।

43

କନକ ବ୍ୟୁରୋ : ତାମିଲନାଡୁର ଡିଏମକେ ନେତା ଏମ କରୁଣାନିଧି ଗତ ୧୦ ଦିନ ହେଲାଣି ନିଜର ସ୍ୱାସ୍ଥ୍ୟ ଗତ କାରଣରୁ ସ୍ଥାନୀୟ କାବେରୀ ମେଡିକାଲରେ ଭର୍ତ୍ତି ହୋଅଇଛନ୍ତି । ତେବେ ତାଙ୍କୁ ମେଡିକାଲରେ ଭେଟିବା ପାଇଁ ଅନେକ ନେତା ସେଠାରେ ପହଞ୍ଚୁଥିବା ଦେଖାଦେଇଛି । ତେବେ କରଣାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଡିକାଲରେ ଭେଟିଥିବା ସୂଚନା ମିଳିଛି । କୋବିନ୍ଦ ମେଡିକାଲରେ କରୁଣାଙ୍କୁ ଭେଟିବା ସହ ଡିଏମକର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ କେ ଷ୍ଟାଲିନ ଏବଂ ରାଜ୍ୟସଭା ସାଂସଦ କାନିମୋଝିଙ୍କୁ ମଧ୍ୟ ଭେଟିଥିଲେ ।

 

ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ କରୁଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ସହ ତାମିଲନାଡୁର ରାଜ୍ୟପାଳ ମଧ୍ୟ ମେଡିକାଲରେ କରୁଣାଙ୍କୁ ଭେଟିଥିଲେ । ମେଡିକାଲରେ ରାଜ୍ୟପାଳ ଓ ରାଷ୍ଟ୍ରପତି ୨୦ ରୁ ୩୦ ମିନିଟ ରହିଥିଲେ । ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯାଇଥିବା ସୂଚନା ମିଳିଛି । ଡିଏମକେ ନେତା କରୁଣାନିଧିଙ୍କୁ ଭେଟିବା ପାଇଁ ଅନେକ ଦଳର ନେତା ମେଡିକାଲକୁ ଯାଉଛନ୍ତି । ଏପରିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ତାଙ୍କୁ ଦେଖା କରିଥିଲେ । ଓଡିଶାରୁ ବୈଜନ୍ତ ପଣ୍ଡା ମଧ୍ୟ ନିକଟରେ କରୁଣାଙ୍କୁ ଭେଟିଥିବା ଜଣାପଡିଛି ।