ନେତାଜୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ନେଇ ନୂଆ ବିବାଦ: ଅଗଷ୍ଟ ୧୮କୁ ସୁବାଷ ବୋଷଙ୍କ ପୁଣ୍ୟତିଥି ବୋଲି ଦାବି କଲେ ବିଜେପି ନେତା

392

କନକ ବ୍ୟୁରୋ: ନେତାଜୀଙ୍କୁ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ନେଇ ନୂଆ ବିବାଦ । ଅଗଷ୍ଟ ୧୮ତାରିଖକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ତିଥି ଦାବି କରି ଶ୍ରଦ୍ଧାଞ୍ଜଳି ଦେବା ପରେ ଏହି ବିିବାଦ ସୃଷ୍ଟି ହୋଇଛି । ଅନେକ ବିଜେପି ନେତା ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହି ବିବାଦ ଆରମ୍ଭ ହୋଇଛି । କିଛି ନେତା ଓ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରି କହିଛନ୍ତି, ସରକାରୀ ଭାବେ ଏପର୍ଯ୍ୟନ୍ତ ନେତାଜୀଙ୍କର ମୃତ୍ୟୁର କାରଣ ଉନ୍ମୋଚିତ ହୋଇନାହିଁ କି ମୃତ୍ୟୁ ତାରିଖ ବି ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ ।

ଏପରି ସ୍ଥଳେ କେନ୍ଦ୍ର ଶାସନ କ୍ଷମତାରେ ଥିବା ଦଳର ନେତାମାନେ କିପରି ୧୮ଅଗଷ୍ଟକୁ ନେତାଜୀଙ୍କ ପୁଣ୍ୟତିଥି ବୋଲି ଘୋଷଣା କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତେବେ କିଛି ପାଶ୍ଚାତ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୪୫ ମସିହା ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଏହାକୁ ଅନେକ ଅବିଶ୍ୱାସ କରୁଛନ୍ତି । ନିଜେ ଗାନ୍ଧିଜୀ ମଧ୍ୟ ନେତାଜୀ ଜୀବିତ ଥିଲେ ବୋଲି ବିଶ୍ୱାସ କରୁଥିଲେ । ଏନେଇ ଦୀର୍ଘ ବର୍ଷ ହେଲାଣି ବିବାଦ ଲାଗି ରହିଛି । ଏହି କାରଣରୁ ନେତାଜୀଙ୍କ ପୁଣ୍ୟତିଥି ସରକାରୀ ଭାବେ ପାଳନ କରାଯାଉନାହିଁ ।