ପ୍ରମୋଶନ ସତ୍ତ୍ୱେ କେମିତି ପାଇଲେ ସଚିବ ପାହ୍ୟା ! ପୂର୍ତ୍ତ ସଚିବଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରେସ ମିଟ୍ କଲା ଠିକାଦାର ସଂଘ

35

କନକ ବ୍ୟୁରୋ : ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ । ବମିଖାଲ ବ୍ରିଜ୍ ଭୁଶୁଡିବା ପରେ ୧୯୮୨ ବ୍ୟାଚର ଏହି ଇଂଜିନିୟର ଏବେ ବିବାଦ ଘେରରେ । ୨୦୧୩ରେ ପୂର୍ତ୍ତ ସଚିବ ବନିଥିବା ଏହି ଅଫିସର ନିଜ ବ୍ୟାଚ ତଥା ସିନିୟର ବ୍ୟାଚର ୨୨ ଜଣ ଇଂଜିନିୟରଙ୍କୁ ପଛରେ ପକାଇ ହାତେଇଥିଲେ ଏହି ପଦ । ଏପରିକି ତତ୍କାଳୀନ ସଚିବ ଶୁଭେନ୍ଦୁ ରାୟଙ୍କୁ ଅନ୍ୟ ବିଭାଗକୁ ପଠାଇ ଦିଆଯାଇଥିଲା । ତେଣୁ ପ୍ରଶ୍ନ ଉଠୁଛି ନଳିନୀଙ୍କ ଏହି ପ୍ରମୋଶନ ପଛରେ ଥିଲା ତାଙ୍କ ଦକ୍ଷତା ନା କାମ କରିଥିଲା କିଛି ଅଦୃଶ୍ୟ ନେକ୍ସସ ? କାହିଁକି ସରକାର ହଠାତ ଏହି ଅଫିସରଙ୍କୁ ଦେଖାଇଥିଲେ ଅହେତୁକ ଅନୁକମ୍ପା ? ପ୍ରମୋଶନ ତାଲିକାରେ ଥିବା ୨୨ ଇଂଜିନିୟର କଣ ସଚିବ ପଦ ପାଇଁ ଅଯୋଗ୍ୟ ?

ନିଖିଳ ଓଡିଶା ଠିକାଦାର ମହାସଂଘର ଅଭିଯୋଗ ଅନୁସାରେ ୨୦୦୦ ରୁ ୨୦୦୪ ମସିହା ମଧ୍ୟରେ ନିଜର ଅପକର୍ମ ପାଇଁ ନଳିନୀଙ୍କୁ ପଦଅବୋନ୍ନତି ପାଇଁ ସୁପାରିଶ କରିଥିଲେ ତତ୍କାଳୀନ ଉନ୍ନୟନ କମିଶନର ଶ୍ରୀନିବାସ ରଥ । କିନ୍ତୁ ସେତେବେଳର ପୂର୍ତ୍ତମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କୁ ହାତ କରି ଏହି ଫାଇଲକୁ ଚାପି ଦେଇଥିଲେ ଏହି ଦକ୍ଷ ଇଂଜିନିୟର ।

ସବୁଠାରୁ ବଡ କଥା ହେଉଛି ଯେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ଭୁଶୁଡି ପଡିଛି ୮ ଟି ନିର୍ମାଣଧୀନ ପୋଲ । ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ରିପୋର୍ଟ କଣ ଆସିଲା ତାହା କାହାକୁ ଜଣା ନାହିଁ ।