କଂଗ୍ରେସର ପରାଜୟ ନେଇ ସଲମାନ୍ ଖୁର୍ସିଦଙ୍କ ବଡ ବୟାନ: କହିଲେ, ଏଯାଏଁ ପରାଜୟର କାରଣ ଖୋଜି ପାଇନି ଦଳ; ରାହୁଲ ଅଧ୍ୟକ୍ଷ ପଦ ଛାଡିବା ସବୁଠୁ ବଡ ସମସ୍ୟା

255

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜାରି ରହିଛି କଂଗ୍ରେସର କାରଣ ଖୋଜା ପର୍ବ । ଏହିକ୍ରମରେ ଦଳୀୟ କାର୍ଯ୍ୟକ୍ରମକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦ । ସେ କହିଛନ୍ତି ନିର୍ବାଚନର ଏତେ ଦିନ ପରେ ବି ଆଜି ଯାଏଁ ପରାଜୟର କାରଣ ଖୋଜି ପାଇ ନାହିଁ ଦଳ । ଆଉ କଂଗ୍ରେସ ପାଇଁ ସବୁଠାରୁ ବଡ ସମସ୍ୟା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତି ବୋଲି ଖୁର୍ସିଦ କହିଛନ୍ତି । ସେ ପଦ ଛାଡିବା ପରେ ଦଳ ପାଇଁ ସଂକଟ ବଢିଯାଇଛି ।

ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିବା ଫଳରେ ଦଳ, ଲୋକସଭା ନିର୍ବାଚନ ପରାଜୟର ସମୀକ୍ଷା କରିପାରୁ ନାହିଁ । ଦେଶର ବିଭିନ୍ନ ରାଜ୍ୟରେ ଦଳ କାହିଁକି ଏଭଳି ପରାୟଜ ବରଣ କରିଛି ସେନେଇ ଦଳୀୟ ନେତାମାନେ ଏକାଠି ହୋଇ ଆଲୋଚନା କରିନଥିବା ସଲମାନ ଖୁର୍ସିଦ କହିଛନ୍ତି । ବର୍ତ୍ତମାନ ଦଳ ଯେଉଁ ପରିସ୍ଥିତିରେ ସଂଘର୍ଷ କରୁଛି ଆଗକୁ ଆସୁଥିବା ହରିଣାଆ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଖୁର୍ସିଦ ଆଶଙ୍କା ପ୍ରକାଶ କରିଛନ୍ତି ।