ଜେଲର ପୋଡା ରୁଟି ନେଇ ଅଦାଲତରେ ପହଞ୍ଚିଲେ କଏଦୀ । କାରଣ ଜାଣିବା ପରେ ବିଚାରପତିଙ୍କ ହୃଦୟ ମଧ୍ୟ ତରଳିଗଲା

47

ଜେଲରେ କଏଦୀ ମାନଙ୍କୁ କେଉଁଭଳି ଖାଦ୍ୟ ଦିଆଯାଉଛି ତାହା ଜଣାଇବା ପାଇଁ ଜଣେ କଏଦୀ ଜେଲର ରୁଟିକୁ ନେଇ ଅଦାଲତରେ ପହଞ୍ଚିଛନ୍ତି । ଏପରିକି ଏହି ରୁଟିକୁ ବିଚାରପତିଙ୍କୁ ଦେଖାଇବା ସହ ଜେଲରେ ତାଙ୍କୁ କେଉଁଭଳି ଖାଇବା ଦିଆଯାଉଛି ତାହା ଜଣାଇଥିଲେ । କଏଦୀ ଜଣକ କହିଛନ୍ତି, ତାଙ୍କୁ ଡାକ୍ତର ପ୍ରୋଟିନଯୁକ୍ତ ପୋଷକ ଖାଦ୍ୟ କହିବାକୁ କହିଥିବା ବେଳେ ଜେଲରେ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରୁ କଣ ପ୍ରୋଟିନ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କଥା ଶୁଣିବା ପରେ ବିଚାରପତି କଏଦୀଙ୍କୁ ଘରର ଖାଦ୍ୟ ପାଇଁ ଅନୁମତି ଦେଇଛନ୍ତି ।

ମାଦକ ପଦାର୍ଥ ରଖିବା ମାମଲାରେ ଆର୍ଥର ରୋଡ ଜେଲରେ ବନ୍ଦ ଅଛନ୍ତି କଏଦୀ ସାଜିଦ । ତାଙ୍କୁ ଏସଟିଏ ୨୦୧୫ରେ ୩୦ କୋଟି ଟଙ୍କା ମୂଲ୍ୟର ୧୫୧ କିଲୋ ମେଫୋଡ୍ରାନ ସହ ଗିରଫ କରିଥିଲେ । ସାଜିଦ ଦୀର୍ଘଦିନ ହେବ ମାନସିକ ରୋଗରେ ପୀଡିତ ଅଛନ୍ତି । ତେଣୁ ଡାକ୍ତର ତାଙ୍କୁ ପ୍ରୋଟିନ ଯୁକ୍ତ ପୋଷକ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଦୀର୍ଘ ୬ ମାସ ହେଲାଣି ଘରୁ ଖାଦ୍ୟ ମଗାଇବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ସାଜିଦ । କିନ୍ତୁ ଜେଲ କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଉ ନଥିଲେ । ଆଉ ଶେଷରେ ଅନ୍ୟ ଉପାୟ ନ ପାଇ ଜେଲର ରୁଟି ଧରି ଅଦାଲତରେ ପହଞ୍ଚିଥିଲେ ସାଜିଦ ।

ବିଚାରପତି ଜଣକ ଜେଲରେ ଦିଆଯାଉଥିବା ରୁଟି ଦେଖିବା ପରେ ସାଜିଦଙ୍କୁ ଘରୁ ଖାଇବା ମଗାଇବା ପାଇଁ ଅନୁମତି ଦେଇଥିଲେ । ତାହା ବି ପୁଣି ୬ ମାସ ପାଇଁ । ୬ ମାସ ପରେ ଡାକ୍ତରଙ୍କ ରିପୋର୍ଟ ଦେଖିବା ପରେ ଆଗକୁ ଘରୁ ଖାଇବା ଆଣିବା ପାଇଁ ଅନୁମତି ଦିଆଯିବ କି ନାହିଁ ତା ଉପରେ ବିଚାର କରାଯିବ । ତେବେ ବିଚାରପତିଙ୍କ ଏହି ନିଷ୍ପତିକୁ ନେଇ ସରକାରୀ ଓକିଲ କହିଥିଲେ ଜେଲରେ ଯେଉଁ ଖାଦ୍ୟ ଦିଆଯାଉଛି ତାହା କଏଦୀଙ୍କ ପାଇଁ ବେଶ ପୁଷ୍ଟିକର । ତେଣୁ ସାଜିଦଙ୍କୁ ଘର ଖାଇବା ଅନୁମତି ଦିଆନଯାଉ ବୋଲି କହିଥିଲେ ସରକାରୀ ଓକିଲ । କାରଣ ଏହାଦ୍ୱାରା କଏଦୀଙ୍କ ପାଖକୁ ଏକ ଭୁଲ ସନ୍ଦେଶ ଯିବ । ଏହାପାର ସମସ୍ତେ ଘର ଖାଇବା ଖାଇବାକୁ ଅନୁମତି ମାଗିବେ । ତେବେ ସରକାରୀ ଓକିଲଙ୍କ ଏଭଳି ଯୁକ୍ତିକୁ ବିଚାରପତି ନାମଞ୍ଜୁର କରିବା ସହ ସାଜିଦଙ୍କୁ ଘରୋଇ ଖାଇବା ଦେବାକୁ ଅନୁମତି ଦେଇଛନ୍ତି ।