ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ । ୧୬ ପରିବର୍ତ୍ତେ ୧୫ରେ ଓଡିଶା ଆସିବେ ମୋଦି

ବଲାଙ୍ଗୀରରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ

238

କନକ ବ୍ୟୁରୋ: ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ । ୧୬ ତାରିଖ ପରିବର୍ତ୍ତେ ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ମୋଦି ମେଗା ରାଲି ସ୍ୱାଭିମାନ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ବାରିପଦା ଗସ୍ତର ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ମୋଦି ଓଡ଼ିଶା ଆସିବା ଘଟଣାକୁ ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ୨୦୧୮ ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧା ଅରୁଗୁଳ ଆସିବା ପରେ ମୋଦି ଜାନୁଆରୀ ୫ ତାରିଖରେ ବାରିପଦା ଆସିଥିଲେ । ଏଥିରୁ ୨୦୧୯ ନିର୍ବାଚନ ପାଇଁ ବିଜେପି ଫୋକସରେ ଆଗକୁ ଓଡ଼ିଶା ଥିବା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।