ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବେଳେ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ମଙ୍ଗଳବାର ମଧ୍ୟ ମୋଦିଙ୍କୁ ସେହିଭଳି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ମୋଦି ମଙ୍ଗଳବାର ଏମିତି ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ଛାଡିଛନ୍ତି ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ମୋଦି ନିଜ ଇନଷ୍ଟାଗ୍ରାମ ପେଜରେ ଏକ କୁନି ଶିଶୁ ସହ ଖେଳୁଥିବାର ଫଟୋ ପୋଷ୍ଟ କରିଛନ୍ତି । ଆଉ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଜଣେ ଖାସ୍ ବନ୍ଧୁ ମୋତେ ଦେଖା କରିବାକୁ ସଂସଦକୁ ଆସିଛନ୍ତି । ଏହି ଫଟୋରେ ମୋଦି କୁନି ବନ୍ଧୁଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି ।
The child that Prime Minister Modi is seen playing with in his Instagram post is the grandson of BJP MP Satyanarayan Jatiya. pic.twitter.com/quWBPsQR7f
— ANI (@ANI) July 23, 2019
ପ୍ରଧାନମନ୍ତ୍ରୀ ମୋଦି ଏହି ଫଟୋ ସେୟାର କରିବା ପରେ, ମୋଦିଙ୍କର ଏହି ଖାସ୍ କୁନି ବନ୍ଧୁ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ବଢିଯାଇଛି । ତେବେ ମୋଦିଙ୍କର ଏହି କୁନି ବନ୍ଧୁ ଜଣଙ୍କ ହେଉଛନ୍ତି ବିଜେପି ସାଂସଦ ସତ୍ୟନାରାୟଣ ଜାଟିଆଙ୍କ ନାତି । ସଂସଦ ପରିସରକୁ ନିଜ ନାତି ସହ ସତ୍ୟନାରାୟଣ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟ କରାଇଥିଲେ । ଆଉ ମୋଦି ମଧ୍ୟ ସତ୍ୟନାରାୟଣଙ୍କ ନାତିକୁ କୋଳେଇ ନେବା ସହ ଚକୋଲେଟ ଦେଇ ବେଶ କିଛି ସମୟ ଖେଳିଥିଲେ ।
ଏହାପୂର୍ବରୁ ମଧ୍ୟ ମୋଦିଙ୍କୁ ଅନେକ ସମୟରେ ଛୋଟ ଛୁଆଙ୍କ ସହ ଦେଖିବାକୁ ମିଳିଛି । ଅଗଷ୍ଟ ୧୫ରେ ପ୍ରୋଟୋକଲ ଭାଙ୍ଗି ଛୁଆଙ୍କୁ ଭେଟିବା ହେଉ ଅବା ରାକ୍ଷୀ ପୂର୍ଣ୍ଣିମାରେ କୁନି ଝିଅଙ୍କ ହାତରୁ ରାକ୍ଷୀ ବାନ୍ଧିବା । ଅନେକ ସମୟରେ ଛୋଟ ଛୁଆଙ୍କ ମୋଦିଙ୍କ ଫଟୋ ଭାଇରାଲ ହୋଇଛି । ଏହାପୂର୍ବରୁ ଜାପାନ ଗସ୍ତ ସମୟରେ ମଧ୍ୟ ମୋଦିଙ୍କର ଏକ ମଜାଳିଆ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଏକ ଛୋଟ ଛୁଆର କାନ ମୋଦି ଟାଣୁଥିବାର ନଜର ଆସିଥିଲେ ।