ପୂଜକ ସାଜିଲା ମହାପାପି । ଆଶ୍ରା ଦେବାକୁ କହି ମହିଳାଙ୍କୁ ମନ୍ଦିର ଭିତରେ କଲା ଦୁଷ୍କର୍ମ ଉଦ୍ୟମ

ଭୋଗରାଇରୁ ଆସିଲା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

438

କନକ ବ୍ୟୁରୋ: କେନ୍ଦ୍ରାପଡା ଡେରାବିଶର ପ୍ରସିଦ୍ଧ ଦଧିବାମନଜୀଉ ମନ୍ଦିରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ମନ୍ଦିର ଭିତରେ ଏଭଳି କାଣ୍ଡ ଘଟାଇଛନ୍ତି ଖୋଦ୍ ମନ୍ଦିରର ପୂଜକ । ମହିଳାଙ୍କୁ ମନ୍ଦିରରେ ଆଶ୍ରା ଦେବାକୁ କହି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ପଢନ୍ତୁ ଏହି ରିପୋର୍ଟ ..

କେନ୍ଦ୍ରାପଡା ଡେରାବିଶର ଦଧିବାମନଜୀଉ ମନ୍ଦିର । ଶୁକ୍ରବାର ରାତିରେ ଏହି ମନ୍ଦିର ଭିତରେ ସଂପୃକ୍ତ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ମନ୍ଦିରର ପୂଜକ । ଆଉ ମହିଳା ଜଣକ ପ୍ରତିବାଦ କରିବାକୁ ତାଙ୍କୁ ନିସ୍ତୁକ ମାଡ ବି ମାରିଛନ୍ତି ।

ରଘୁନାଥ ପଣ୍ଡା ଓରଫ୍ କାଳିଆ ନନା । ଦଧିବାମନଜୀଉ ମନ୍ଦିରର ସଂପୃକ୍ତ ପୂଜକ । ଯିଏ ଏବେ ପୋଲିସ ହେପାଜତରେ । ମହିଳାଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ସହ ଝଗଡା କରି ସେ ରାତି ଅଧରେ ଘରୁ ପଳାଇଆସିଥିଲେ । ଅନ୍ଧାର ରାସ୍ତାରେ ଏକୁଟିଆ ଦେଖି ମହିଳାଙ୍କୁ କାଳିଆ ନନା ମନ୍ଦିରକୁ ଡାକି ନେଇଥିଲା । ହେଲେ ରାତିରେ ମନ୍ଦିର ପରିସରରେ ଥିବା କଠୋରୀରେ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ମନ୍ଦିର ଏକ ଧାର୍ମିକ ସ୍ଥଳ । ଆଉ ଏହାର ରକ୍ଷକ ଓ ସେବକ ହେଉଛନ୍ତି ପୂଜକ । ହେଲେ ମନ୍ଦିର ଭିତରେ ସେହି ସେବକ ହିଁ ଘଟାଇଛନ୍ତି ଅମାନବୀୟ କାଣ୍ଡ ।

ସେପଟେ, ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଯୁବତୀଙ୍କୁ ୪ରୁ୫ଜଣ ଯୁବକ ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏହି କଥା କହୁଥିବା ସମୟରେ ଯୁବତୀ ଜଣଙ୍କ ହଠାତ ଅଚେତ ବି ହୋଇଯାଇଛନ୍ତି । ତେବେ ହୋସ ଥିବା ସମୟରେ ସେ କହିଛନ୍ତି ଯେ, ଗତକାଲି ରାତିରେ କିଛି ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍ମର୍ମ କରିଥିଲେ । ପରେ ଭୋଗରାଇ ବ୍ଲକ୍ କୁମ୍ବ୍ରିଗଡି ଗାଁରେ ରାସ୍ତାରେ ପକାଇ ଚାଲିଯାଇଥିଲେ । ଅଚେତ ଅବସ୍ଥାରେ ଗାଁଲୋକ ଯୁବତୀଙ୍କୁ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଯୁବତୀଙ୍କ ଘର ପଶ୍ଚିମବଙ୍ଗ ରାମନଗରରେ ବୋଲି ଜଣାପଡିଛି ।

 

ଘଟଣା ଥାନାରେ ପହଂଚିବା ପରେ ପୋଲିସ କହିଛି ଯୁବତୀ ଜଣଙ୍କ ମାନସିକ ରୋଗୀ । ତେବେ ସେ ଦେଇଥିବା ଘର ଠିକଣାରେ ଯାଇ ପୋଲିସ ତଦନ୍ତ କରିବ । ଏଥିସହ ଯୁବତୀ ଜଣଙ୍କ ବାରମ୍ବାର ବୟାନ ବଦଳାଉଛି ବୋଲି କହିଛି ପୋଲିସ । ଯୁବତୀଙ୍କ ବୟାନ ରେକର୍ଡ ହୋଇନଥିବା ବେଳେ ପୋଲିସ ଆଗକୁ ବୟାନ ରେକର୍ଡ କରିବ ବୋଲି କହିଛି ।