ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ଗ୍ରୀନ୍ ସିଗନାଲ୍, ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ ।

1,904

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛିି ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା ।

ଏହାପୂର୍ବରୁ ବିଜେପି ଓ ଶିବସେନାକୁ ସରକାର ଗଢିବାକୁ ରାଜ୍ୟପାଳ ସୁଯୋଗ ଦେଇଥିଲେ । କିନ୍ତୁ ରାଜ୍ୟପାଳ ଦେଇଥିବା ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ବିଜେପି-ଶିବସେନା । ତେଣୁ ଗତକାଲି ତୃତୀୟ ବୃହତ୍ତ ଦଳ ଭାବେ ଏନସିପିକୁ ସରକାର ଗଢିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଆଜି ୧୧.୩୦ରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବାକୁ ଅଧିକ ୨ ଦିନ ସମୟ ମାଗିଥିଲା ଏନସିପି । ଆଉ ଏହି ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା ।

ତେବେ ରାଜ୍ୟପାଳଙ୍କ ଏଭଳି ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟା ମିଳୁଥିବା ବେଳେ ଆମକୁ କାହିଁକି ୨୪ ଘଣ୍ଟା ଦିଆଗଲା ତାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ଏପରିକି ବିଜେପି ଇସାରାରେ ରାଜ୍ୟପାଳ ତରବରିଆ ଭାବେ ନିଷ୍ପତି ନେଉଥିବା କହିଛି ଶିବସେନା । ଆସନ୍ତାକାଲି ଏନେଇ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ ।