ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି । ଖାରଜ ହେଲା ନିର୍ଭୟା ଦୋଷୀ ମୁକେଶ୍ ସିଂହର ରାଜକ୍ଷମା , ଫାଶୀ ପାଇଁ ଫିଟିଲା ବାଟ ।

3,932

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ୍ ସିଂହର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ । ସୁପ୍ରିମକୋର୍ଟରୁ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ମୁକେଶ୍ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପାଇଁ ଆବେଦନ କରିଥିଲା । ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ମୁକେଶ ସମେତ ଅନ୍ୟ ଦୋଷୀଙ୍କୁ ଜାନୁଆରୀ ୨୨ ରେ ଫାଶୀ ଦଣ୍ଡାଦେଷ ଜାରୀ କରିଥିଲେ । କିନ୍ତୁ ମୁକେଶର ଦୟା ଯାଚିକା ରାଷ୍ଟ୍ରପତିଙ୍କ ପାଖରେ ଥିବା କାରଣରୁ ଗୁରୁବାର କୋର୍ଟ ପକ୍ଷରୁ ୨୨ ଜାନୁଆରୀରେ ଫାଶୀ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ।

ଜାନୁଆରୀ ୭ ତାରିଖରେ ପଟିୟାଲା ହାଉସ୍ କୋର୍ଟ ୪ ଦୋଷୀ ମୁକେଶ୍ ସିଂହ , ବିନୟ ଶର୍ମା , ପୱନ ଗୁପ୍ତା ଏବଂ ଅକ୍ଷୟ ଠାକୁରଙ୍କ ଡେଥ୍ ୱାରେଣ୍ଟ୍ ଜାରୀ କରିଥିଲେ । ତେବେ ଦୋଷୀଙ୍କ ଆଗରେ ଶେଷ ବିକଳ୍ପ ଥିଲା ରାଷ୍ଟ୍ରପତିଙ୍କ ପାଖରେ ଦୟା ଯାଚିକା ଆବେଦନ କରିବା ଏବଂ ମୁକେଶ୍ ସିଂହ ରାଜକ୍ଷମା  ଆବେଦନ ମଧ୍ୟ କରିଥିଲା, ଯାହାକୁ ଆଜି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଖାରଜ କରିଛନ୍ତି । ତେବେ ଅନ୍ୟ ଦୋଷୀମାନଙ୍କ ପାଖରେ ବି ଦୟା ଯାଚିକା ଆବେଦନ କରିବାର ବିକଳ୍ପ ରହିଛି । ୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତିହାର୍ ଜେଲରେ ଦିନ କାଟୁଛନ୍ତି ଏହି ୪ ଅଭିଯୁକ୍ତ ।