ରାଷ୍ଟ୍ରପତି ରେସ୍ ! ନିର୍ବାଚନ ନେଇ ଆନୁଷ୍ଠାନିକ ଘୋଷଣା

40

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଜୁଲାଇ ୧୭ ତାରିଖରେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ରାଷ୍ଟ୍ରମୁଖ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । କିଛି ଦଳର ସମର୍ଥନରେ ଏନଡିଏ, ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ଥିବାରୁ ଏନଡିଏ କାହାକୁ ପ୍ରାର୍ଥୀ କରିବ, ତା ଉପରେ ସମସ୍ତଙ୍କ ନଜର ରହିଛି ।

ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଯେଉଁମାନଙ୍କ ନାଁ ଏନଡିଏର ସମ୍ଭାବନା ତାଲିକାରେ ଅଛି ସେମାନେ ହେଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ବୈଦେଶକି ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଝାଡଖଣ୍ଡ ରାଜ୍ୟପାଳ ତଥା ଓଡିଆ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ । ସେପଟେ ୟୁପିଏର ସମ୍ଭାବନା ତାଲିକାରେ ଅଛନ୍ତି ମହାତ୍ମା ଗାନ୍ଧିଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କ୍ରିଷ୍ଣ ଗାନ୍ଧି, ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ଏବଂ ଜେଡିୟୁ ସଭାପତି ଶରଦ ଯାଦବ । ଏଥିସହ ପ୍ରଣବ ମୁଖାର୍ଜୀଙ୍କୁ ପୁଣିଥରେ ରାଷ୍ଟ୍ରପତି ଆସନରେ ବସାଇବାକୁ ଯୋଜନା ରହିଥିବା ଚର୍ଚ୍ଚା ମଧ୍ୟ ହେଉଛି ।

ଏପଟେ କିନ୍ତୁ ଓଡିଶାର ନବୀନ ସରକାର କାହାକୁ ସମର୍ଥନ କରିବେ ତାକୁ ନେଇ ମଧ୍ୟ ଉତ୍କଂଠା ଲାଗି ରହିଛି । ଏନଡିଏକୁ ସମର୍ଥନ କରିବେ ନା କଂଗ୍ରେସ ନେତୃତ୍ୱରେ ଅଣ ବିଜେପି ମେଂଟକୁ ସମର୍ଥନ କରିବେ । କାହା ଆଡକୁ ଢଳିବେ ନବୀନ ତା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି ।