କନକ ବ୍ୟୁରୋ : ନଦୀରେ ବାଉଁଶ ଭେଳା ସାହାଯ୍ୟରେ ପାରି ହେଲେ ପ୍ରସୂତି । ଏଭଳି ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁରେ । କଲ୍ୟାଣୀ ନଦୀରେ ବାଉଁଶ ଭେଳା ସାହାଯ୍ୟରେ ପ୍ରସୂତିଙ୍କ ହସ୍ପିଟାଲ ଅଣାଯାଇଛି । କଲ୍ୟାଣ ନଦୀର ପୋଲ ଭାସିଯାଇଥିବାରୁ ବାଉଁଶ ଭେଳାରେ ପ୍ରସୂତିଙ୍କୁ ଅଣାଯାଇଛି ।
କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁକୁ ରାସ୍ତା ଘାଟ ଅନୁନ୍ନତ ଅବସ୍ଥାରେ ରହିଛି । ଫଳରେ ଲୋକେ ନଦୀ ପଥରେ ଯା’ଆସ କରୁଛନ୍ତି । ବାରମ୍ବାର ଏଭଳି ଅଭିଯୋଗ ମାନ ସେ ଅଂଚଳରୁ ଆସୁଛି । ଲୋକେ ଜରୁରୀ ବେଳେ ଡାକ୍ତରଖାନ ଗଲାବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏବେ ଏହି ପ୍ରସୂତିଙ୍କୁ ବାଉଁଶ ଭେଳା ସାହାଯ୍ୟରେ ନଦୀ ପଥରେ ନେବାର ଖବର ଆଲୋଚନାର ବିଷୟ ପାଲଟିଛି ।
ଦେଖନ୍ତୁ ଏହି ଭିଡ଼ିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/Screen-shot-2017-07-21-at-4.44.28-PM.png)