କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡିଶାରେ ପ୍ରବଳ ବର୍ଷା ପବନ ବହିବା ନେଇ କହିଛି ଆଂଚଳିକ ପାଣି ପାଗ କେନ୍ଦ୍ର । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଂଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

mahakalpada

ସୂଚନା ମୁତାବକ, ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଗତକାଲି ସତର୍କ ସୂଚନା ଜାରି କରିଛି । କେତେକ ସ୍ଥାନରେ କୁଆପଥର ପଡ଼ିବା ସହ ବର୍ଷା ସମ୍ଭାବନା ରହିଛି । ତେଣୁ ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ମୟୁରଭଂଜରେ ଆଦି ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା। ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛିସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳ ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।