ସାଂସଦ ନା ସଂପାଦକ ?

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଉନସିଲ ଉପ-ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ସାଂସଦ ତଥାଗତ ଶତପଥୀଙ୍କ ପ୍ରତିକ୍ରିୟାକୁ ନେଇ ପାଲଟା ପ୍ରଶ୍ନ କରିଛି ବିଜେଡି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- ସାଂସଦ ନା ସଂପାଦକ ଭାବେ ତଥାଗତ ସଂପାଦକୀୟ ଲେଖିଥିଲେ ତାହା ସ୍ପଷ୍ଟ କରିବା ଦରକାର । ତଥାଗତ ଲେଖିଥିଲେ- ଦଳୀୟ ନେତାଙ୍କ ଅହଂକାର ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଦଳକୁ ପରାଜୟ ଦେଖିବାକୁ ପଡ଼ିଲା । ଖାଲି ଏତିକି ନୁହେଁ ତଥାଗତ ଆହୁରୀ ମଧ୍ୟ ଲେଖିଥିଲେ- ଏଭଳି ପରିସ୍ଥିତି ଲାଗି ରହିଲେ ଦଳର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ । କାଉନସିଲ ଉପ-ନିର୍ବାଚନରେ ବିଜେଡିର ପରାଜୟ ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏହା ଭିତରେ ତଥାଗତଙ୍କ ସଂପାଦକୀୟ ଏହି ବିବାଦରେ ଘିଅ ଢ଼ାଳିଥିଲା ।