ବିଜେପୁର ପରାଜୟ ପରେ ଗାଈସିଲଟ ବ୍ଲକର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ପ୍ରଣୟ ! କହିଲେ, ବିଜେଡି ଓ ବିଜେପି ଆଗରେ ଫିକା ପଡିଗଲା କଂଗ୍ରେସ ।

33

କନକ ବ୍ୟୁରୋ : ବିଜେପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପଛରେ ଅର୍ଥ ହିଁ ମୁଖ୍ୟ ଦାୟୀ । ଶହ ଶହ କୋଟି ଟଙ୍କା ଆଗରେ ଆଦର୍ଶଗତ ଲଢେଇର କୌଣସି ମୂଲ୍ୟ ରହିଲା ନାହିଁ ବୋଲି କହିଛନ୍ତି ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ପ୍ରଣୟ ସାହୁ । ଦଳର ସମସ୍ତ ନେତା ମିଳିତ ଭାବେ ବିଜୟ ପାଇଁ ପ୍ରଚେଷ୍ଟା କରିଥିଲେ, କିନ୍ତୁ ବିଜେଡି ଓ ବିଜେପି ଦୀର୍ଘ ୬ ମାସ ପୂର୍ବରୁ କରିଥିବା ପ୍ରସ୍ତୁତି ଆଗରେ ଫିକା ପଡିଗଲା ବୋଲି ସ୍ୱୀକାର କରିଛନ୍ତି ପ୍ରଣୟ ।

ଏହା ସହ ଦୀର୍ଘ ବର୍ଷ ଧରି ଗାଇସିଲଟ ବ୍ଲକର ଭାଇସ ଚେୟାରମ୍ୟାନ ଥିବା ବେଳେ ତାଙ୍କ ପାଇଁ ଯାଇଥିବା ଜନାଦେଶ ଭିନ୍ନ ଦିଗକୁ ସୂଚନା ଦେଇଛି । ଏବଂ ନୈତିକତା ଦୃଷ୍ଟିରୁ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ତାଙ୍କ ପରାଜୟ ପାଇଁ ଦଳର ନେତାଙ୍କୁ ଦାୟୀ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।ଚଳିତ ବିଜେପୁର ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗଡ ରକ୍ଷା କରିବାରେ ବିଫଳ ହେବା ସହ ଅମାନତ ମଧ୍ୟ ହରାଇଥିଲେ । ଯାହା କଂଗ୍ରେସ ପାଇଁ ଏକ ବଡ ଝଟକା ଥିଲା ।