ପ୍ରଶଂସକଙ୍କ ପାଇଁ ନିଜ ମନପସନ୍ଦର ସିନେଷ୍ଟାରଙ୍କ ସିନେମା ରିଲିଜ୍ ହେବା କୌଣସି ଉତ୍ସବ ଠାରୁ କିଛି କମ୍ ନୁହଁ । ନିଜ ପ୍ରିୟ ତାରକାଙ୍କ ସିନେମାକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଜଣେ ପ୍ରଶଂସକ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ଏଭଳି ଉତ୍ସାହ ଗତକାଲି ପ୍ରତି ସିନେମା ହଲରେ ଦେଖିବାକୁ ମିଳିଥିଲା । ଦକ୍ଷିଣ ସୁପରଷ୍ଟାର୍ ପ୍ରଭାସଙ୍କ ବହୁପ୍ରତୀକ୍ଷିତ ସିନେମା ‘ସାହୋ’ ରିଲିଜ୍ ହେବା ପରେ ହଲରେ ଫ୍ୟାନ୍ସଙ୍କ ନାହିନଥିବା ଗହଳି ଦେଖିବାକୁ ମିଳିଥିଲା । ତେବେ ଏହି ପ୍ରେମ ଯେ ଜଣେ ଫ୍ୟାନ୍ସଙ୍କ ଜୀବନ ନେଇଯିବ ତାହା କେହି ଜାଣିନଥିଲେ ।
Prabhas fan dies with electric shock while setting up a banner in Tirumala theater in Mahabubnagar for Prabhas new fil #Saaho#Prabhasfans#SaahoInCinemas#SaahoTheGame#Saahoreview#SaahoOnAug30pic.twitter.com/KkHDwem01b
— NewsMeter (@NewsMeter_In) August 28, 2019
ତେଲେଙ୍ଗାନା ମେହବୁବନଗରର ଏକ ସ୍ଥାନୀୟ ପ୍ରେକ୍ଷାଳୟରେ ସିନେମା ରିଲିଜ୍ ପୂର୍ବରୁ ପୋଷ୍ଟର ସଜା ଯାଉଥିଲା ଏବଂ ଏହି ସମୟରେ ଘଟିଗଲା ଏହି ଅଘଟଣ । ପୋଷ୍ଟର ଲଗାଉଥିବା ସମୟରେ ଭେଙ୍କେଟେସ୍ ନାୟକ ନାମକ ଜଣେ ପ୍ରଶଂସକ ହଠାତ୍ ବିଜୁଳୀ ତାର ସଂପର୍କରେ ଆସି ଜିଅନ୍ତା ଜଳି ଯାଇଥିଲେ । ହଲରେ ଲାଗିଥିବା ପୋଷ୍ଟରକୁ ଠିକ୍ କରିବାକୁ ଯାଇ ଏହି ଯୁବକ ନିଜ ଜୀବନ ହାରିଦେଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଯୁବକ ଜଣକ ପୋଷ୍ଟର ଠିକ୍ କରିବା ସମୟରେ ବିଜୁଳୀ ତାର ସଂପର୍କରେ ଆସି ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଗଲା । ପୋଲିସ୍ ଏହି ମାମଲାର ଏବେ ଜାଞ୍ଚ୍ କରୁଛି । ତେବେ ଏନେଇ ସିନେଷ୍ଟାରଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/a.png)