ଆଳୁ ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁଛନ୍ତି ସରକାର । ଚାହିଦା ମେଣ୍ଟାଇବାକୁ ସରକାର କିଣିବେ ଆଳୁ

29

କନକ ବ୍ୟୁରୋ : ଆଳୁ ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦେଖା ଦେଇଥିବା ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ବାହାରୁ ଆଳୁ ଆମଦାନି କରାଯିବ । ଖରିଫ ଶେଷ ବେଳକୁ ରାଜ୍ୟର ଆବଶ୍ୟକ ଅନୁସାରେ ଆଳୁ ମହଜୁତ ରଖାଯିବ ବୋଲି ସୂଚନା ଦେଇଛନ୍ତି-ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ସମୀକ୍ଷା ବୈଠକ ପରେ ଆଜି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ବାର୍ଷିକ ୧୨ ଲକ୍ଷ ଟନ୍ ଆଳୁ ଆବଶ୍ୟକ ରହିଛି । କିନ୍ତୁ ଉତ୍ପାଦନ ହେଉଛି ୩ଲକ୍ଷ ।

ଆଳୁ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଏବଂ ଉତରପ୍ରଦେଶ ଉପରେ ନିର୍ଭରଶୀଳ ଥିବା କହିଛନ୍ତି ଯୋଗାଣମନ୍ତ୍ରୀ । ବର୍ତମାନ ସମୟରେ ଓଡ଼ିଶାରେ ଆଳୁ ସଂକଟର ସମାଧାନ ପାଇଁ ନାଫେଡ୍ ଜରିଆରେ ଅଧିକ ଆଳୁ କିଣିବାର ବସ୍ତୋବସ୍ତ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଯଦି କୌଣସି ବ୍ୟବସାୟୀ ନିୟମଠାରୁ ଅଧିକ ଆଳୁ ଗଚ୍ଛିତ ରଖି ବ୍ଲାକ୍ ମାର୍କେଟିଂ କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।