କନକ ବ୍ୟୁରୋ : ନୂଆବର୍ଷରେ ଅଭିନନ୍ଦନ ପୋଷ୍ଟର-ବ୍ୟାନରକୁ ନେଇ ଯାଜପୁର ଧର୍ମଶାଳାରେ ଜୋର ଧରିଛି ରାଜନୀତି । ସାଧାରଣରେ ନିର୍ବାଚନର ଭ୍ରମ ସୃଷ୍ଟି ହୋଇଛି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଅଭିନନ୍ଦନର ବାର୍ତ୍ତା ଦେଉଥିବା ବେଳେ ବିଜେପି ଓ କଂଗ୍ରେସ ଦେଉଛନ୍ତି ଦୁର୍ନୀତି ବିରୋଧି ଓ ପରିବର୍ତ୍ତନର ବାର୍ତ୍ତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଳାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳା । ଧର୍ମଶାଳାକୁ ବିଜେଡିର ସୁରକ୍ଷିତ ଦୁର୍ଗ ବୋଲି କୁହାଯାଏ । ଦୀର୍ଘ ବର୍ଷ ହେବ ଏଠାରେ କଂଗ୍ରେସ ମାଟି କାମୁଡି ପଡିଥିବା ବେଳେ ଏବେ ବିଜେପି ସଂଗଠନ ସକ୍ରିୟ ହେଉଛି । ଆଉ ଶାସନ ଗାଦିରେ ଥିବା ବିଜେଡି ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ନୂଆବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ଚାରିଆଡେ ଲଗାଯାଇଥିବା ତୋରଣ, ପୋଷ୍ଟର, ବ୍ୟାନରରେ ନବୀନଙ୍କ ସ୍ୱଚ୍ଛ ଶାସନ ଓ ନୂଆବର୍ଷର ଅଭିନନ୍ଦନ ବାର୍ତ୍ତା ଦିଆଯାଇଛି । ଯାହା ରାଜନୈତିକ ପାଣିପାଗକୁ ସରଗରମ କରିଛି ।
ପୋଷ୍ଟର ବ୍ୟାନର ଲଢେଇରେ ପଛରେ ପଡିନାହିଁ ବିରୋଧୀ ବିଜେପି । ଶାସକ ଦଳକୁ ଟାର୍ଗେଟ କରି ବିଜେପି ନେତାମାନେ ଅଭିନନ୍ଦନ ଆଳରେ ଦେଇଛନ୍ତି ପରିବର୍ତ୍ତନର ଆହ୍ୱାନ । ଦଳ ପକ୍ଷରୁ ବିଭିନ୍ନ ଛକ, ବଜାରମାନଙ୍କରେ ସୁଦୃଶ୍ୟ ବ୍ୟାନର ପୋଷ୍ଟର ଲଗାଯାଇଛି । ଧର୍ମଶାଳାରେ ହେଭିୱେଟ ନେତା କଳ୍ପତରୁଙ୍କ ଦେହାନ୍ତ ପରେ ଏଠାରେ ବିଜେଡି ଗଡରକ୍ଷା ଦାୟିତ୍ୱ ଯୁବ ବିଧାୟକ ପ୍ରଣବ ବଳବନ୍ତରାୟ ନିଜ କାନ୍ଧରେ ରହିଛି । ତେବେ ଏକଦା କଳ୍ପତରୁଙ୍କ ଅନୁଗତ ଥିବା ରମେଶ ପରିଡା କିନ୍ତୁ ବିଜେପିକୁ ଏକ ନିର୍ଣ୍ଣାୟକ ସ୍ଥାନରେ ପହଂଚାଇ ପାରିଛନ୍ତି ।
ଅନ୍ୟପଟରେ କଂଗ୍ରେସ ଦଳପକ୍ଷରୁ ବିଭିନ୍ନ ନେତାମାନେ ମଧ୍ୟ ଶାସକ ଦଳର ଦୁର୍ନୀତିକୁ ଲେଖାଥିବା ପୋଷ୍ଟର ଧର୍ମଶାଳା ସହରର ଲଗାଇଛନ୍ତି । ୨୦୧୯ ନିର୍ବାଚନ ଆଗକୁ ଥିବା ବେଳେ ନୂଆବର୍ଷ ଆଳରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବ୍ୟାନର ଲଢେଇ ଧର୍ମଶାଳାରେ ଏକ ସାଧାରଣ ନିର୍ବାଚନର ଭ୍ରମ ସୃଷ୍ଟି କରିଛି ।