ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟବ୍ୟାଙ୍କ : ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ କେତେ ମିଳିବ ଦରମା ?

42

ଷ୍ଟେଟବ୍ୟାଙ୍କ ବିଶେଷ କ୍ୟାଡର ଅଫିସରର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ sbi.co.in.  କୁ ଯିବାକୁ ପଡିବ ।
ଏସବିଆଇର ଏହି ନିଯୁକ୍ତିଗୁଡିକ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଏପ୍ରିଲ । ରେଜିଷ୍ଟ୍ରେସନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ, ଶିକ୍ଷାଗତ ଯୋଗ୍ୟତା ଓ କାର୍ଯ୍ୟ ଅଭିଜ୍ଞତାର ପ୍ରମାଣ ପତ୍ର ଦରକାର ହେବ ।

ପଦବୀ ସଂଖ୍ୟା : ୧୧୦

ପଦବୀ :

• ସ୍ପେଶାଲ ମ୍ୟାନେଜମେଣ୍ଟ ଏକଜିକ୍ୟୁଟିଭ (MMGS-III):  ୩୫

• ଡେପୁଟି ଜେନେରାଲ ମ୍ୟାନେଜର (Law) TEGS-VI (contractual): ୧

• ଡେପୁଟି ଜେନେରାଲ ମ୍ୟାନେଜର (Law) TEGS-VI (regular):  ୧

• ଡେପୁଟି ମ୍ୟାନେଜର (Law) MMGS-II :୮୨

ଯୋଗ୍ୟତା :

• ସ୍ପେଶାଲ ମ୍ୟାନେଜମେଣ୍ଟଏକଜିକ୍ୟୁଟିଭ : ଆବେଦନ କରୁଥିବା ପ୍ରାର୍ଥୀ ଫାଇନାନ୍ସରେ CA/ICWA/ACS/MBA କରିଥିବା ଜରୁରୀ କିମ୍ବା ପ୍ରାର୍ଥୀ ୨ ବର୍ଷର ପିଜି ଡିପ୍ଲୋମା କରିଥିବା ଜରୁରୀ । ଯଦି ଆପଣ ପାର୍ଟ ଟାଇମ ଚାକିରୀ କରିଛନ୍ତି ତେବେ ତାହା ଗ୍ରହଣୀୟ ହେବନି ।

• ଡେପୁଟି ଜେନେରାଲ ମ୍ୟାନେଜର : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଆଇନରେ ୩ ବର୍ଷ ବା ୫ ବର୍ଷର ଡିଗ୍ରୀ ଥିବା ଜରୁରୀ ।

• ଡେପୁଟି ମ୍ୟାନେଜର( ଆଇନ) : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଆଇନରେ ୩ ବର୍ଷ ବା ୫ ବର୍ଷର ଡିଗ୍ରୀ ଥିବା ଜରୁରୀ ।

ବୟସ ସୀମା :

• ସ୍ପେଶାଲ ମ୍ୟାନେଜମେଣ୍ଟଏକଜିକ୍ୟୁଟିଭ : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୩୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ହେବା ଉଚିତ ।

• ଡେପୁଟି ଜେନେରାଲ ମ୍ୟାନେଜର : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ବୟସ ୪୨ ବର୍ଷ ଓ ସର୍ବାଧିକ ୫୨ ବର୍ଷ ହେବା ଉଚିତ ।

• ଡେପୁଟି ମ୍ୟାନେଜର( ଆଇନ) : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ବୟସ ୨୫ ବର୍ଷ ଓ ସର୍ବାଧିକ ୩୫ ବର୍ଷ ହେବା ଉଚିତ ।

ଚୟନ ପ୍ରକ୍ରିୟା : ସମସ୍ତ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଆଧାରରେ ହେବ ।

ପେ ସ୍କେଲ :

• ସ୍ପେଶାଲ ମ୍ୟାନେଜମେଣ୍ଟଏକଜିକ୍ୟୁଟିଭ : ମନୋନୀତ ପ୍ରାର୍ଥୀଙ୍କୁ ବର୍ଷକୁ ୧୮ ଲକ୍ଷ ଟଙ୍କାର ପ୍ୟାକେଜ ମିଳିବ ।

• ଡେପୁଟି ଜେନେରାଲ ମ୍ୟାନେଜର ( ଚୁକ୍ତି ଭିତ୍ତିକ): ମନୋନୀତ ପ୍ରାର୍ଥୀଙ୍କୁ ବର୍ଷକୁ ୧୮ ଲକ୍ଷ ଟଙ୍କାର ପ୍ୟାକେଜ ମିଳିବ ।

• ଡେପୁଟି ଜେନେରାଲ ମ୍ୟାନେଜର( ରେଗୁଲାର) : ମନୋନୀତ ପ୍ରାର୍ଥୀଙ୍କୁ ବର୍ଷକୁ ୪୭ ଲକ୍ଷ ଟଙ୍କାର ପ୍ୟାକେଜ ମିଳିବ ।

• ଡେପୁଟି ମ୍ୟାନେଜର( ଆଇନ) : ମନୋନୀତ ପ୍ରାର୍ଥୀଙ୍କୁ ବର୍ଷକୁ ୧୫.୧୦ ଲକ୍ଷ ଟଙ୍କାର ପ୍ୟାକେଜ ମିଳିବ ।