ଫେମିନା ମାଗାଜିନରେ ମହେଂଜୋଦାରୋ ନାୟିକା : ନିଜର ହଟ ଲୁକରେ ପ୍ରଶଂସକଙ୍କୁ କଲେ ଘାଇଲା

42

ଚର୍ଚ୍ଚାରେ ହ୍ରିତିକଙ୍କ ନାୟିକା । ଚଳଚ୍ଚିତ୍ର ମହେଂଜୋଦାରୋ ଜରିଆରେ ବଲିଉଡରେ ଏଂଟ୍ରି କରିଥିବା ଅଭିନେତ୍ରୀ ପୂଜା ହେଗଡେଙ୍କ ନିକଟରେ ଦେଖିବାକୁ ମିଳିଛି ହଟ୍ ଲୁକ । ତାଙ୍କର ଏହି ହଟ୍ ଅନ୍ଦାଜ ଫେମିନାର ଏପ୍ରିଲ୍ ମାସ ସଂସ୍କରଣରେ ଦେଖିବାକୁ ମିଳିଛି । ନିଜର ଏହି ହଟ୍ ଫଟୋସୁଟବେଳେ ପୂଜା ସେୟାର୍ କରିଛନ୍ତି ନିଜର କିଛି ସିକ୍ରେଟ୍ ।

ବଲିଉଡରେ ନିଜ ଗ୍ଲାମର୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ପୂଜା ହେଗଡେ । ଅଭିନେତା ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ଭାବେ ପୂଜା ହେଗଡେ କରିଥିଲେ ବଲିଉଡ୍ ଏଂଟ୍ରି । ତେବେ ଫ୍ୟାସନ୍ ଦୁନିଆରେ ବି ରହିଛି ପୂଜାଙ୍କ ଅନେକ ଖ୍ୟାତି । ନିକଟରେ ଏହି ବି-ଟାଉନ୍ ସୁନ୍ଦରୀ ନଜର ଆସିଥିଲେ ଏକ ଫଟୋସୁଟରେ । ଫେମିନା ମାଗାଜିନ୍ ପାଇଁ ଫଟୋସୁଟ୍ କରିବାରେ ନଜର ଆସିଥିଲେ ପୂଜା । ତେବେ ପୂଜା ପ୍ରଥମ ଥର ପାଇଁ ଫେମିନା ମାଗାଜିନର କଭର୍ ଗର୍ଲ ହେବାର ସୁଯୋଗ ପାଇଛନ୍ତି । ନିଜର ଏହି ଫେମିନା ସୁଟ୍ରେ ଅଭିନେତ୍ରୀ ପୂଜା ସେୟାର୍ କରିଥିଲେ ଅନେକ ବ୍ୟୁଟି ସିକ୍ରେଟ୍ । ଫେମିନା ମାଗାଜିନର ଏପ୍ରିଲ୍ ମାସ ସଂସ୍କରଣରେ ପୂଜାଙ୍କ ଏହି ସବୁ ଫଟୋ ସ୍ଥାନ ପାଇଛି । ଫଟୋରେ ବେଶ ଆଟ୍ରାକ୍ଟିଭ ଲାଗୁଛନ୍ତି ପୂଜା । ସମର୍ ସିଜିନ୍କୁ ନଜରରେ ରଖି ପୂଜାଙ୍କୁ ସେହିପରି ହଟ୍ ଲୁକ୍ ଦିଆ ଯାଇଛି । ବିକିନିରେ ଝଲିସିଛି ପୂଜାଙ୍କ ଅନ୍ଦାଜ । ତେବେ ପୂଜା ଏବେ ବଲିଉଡ୍ ସମେତ ସାଉଥ ଇଣ୍ଡଷ୍ଟ୍ରୀରେ ବି ନିଜ ଅଭିନୟ ସଫର୍ ଜାରି ରଖିଛନ୍ତି ।