ଦାମଙ୍କ ବହିଷ୍କାର ପରେ ପଲିଟିକ୍ସ । ସ୍ୱାଭିମାନୀ ଓଡ଼ିଆର ପରିଚୟ ଦେଇ କଂଗ୍ରେସରେ ସାମିଲ ହୁଅନ୍ତୁ ବୋଲି କହିଲେ ନିରଂଜନ ।

27

କନକ ବ୍ୟୁରୋ:ବିଜେଡିରୁ ବହିଷ୍ମାର ପରେ ଦାମଙ୍କୁ ନେଇ ତେଜିଲା ରାଜନୀତି । ଦାମ ରାଉତଙ୍କୁ କଂଗ୍ରେସରେ ଯୋଗଦେବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଆହ୍ୱାନ । ଏକ ସ୍ୱାଭିମାନୀ ଓଡ଼ିଆ ଭାବେ କଂଗ୍ରେସରେ ଯୋଗ ଦିଅନ୍ତୁ ଦାମ ବାବୁ ବୋଲି କହିଛନ୍ତି ପିସିସି । ଯେଉଁମାନେ ସ୍ୱାଭିମାନୀ ଓଡ଼ିଆ ସେମାନେ ଥରେ ଚିନ୍ତା କରିବା ଦରକାର । ଓଡ଼ିଶାର ବକାଶ ଏବଂ ଓଡିଆ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏକତ୍ରିତ ହୋଇ କାମ କରିବାକୁ ସମସ୍ତଙ୍କୁ ଆହ୍ୱାନ ।

dama 4କେବଳ ଦାମ ରାଉତଙ୍କୁ ନୁହେଁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପିସିସି । ଆମେ ୧୮ ବର୍ଷ ଶାସନ ଦେଖିଲେ ଏବଂ ସାଢ଼େ ଚାରି ବର୍ଷ ମଧ୍ୟ ଦେଖିସାରିଲେଣି । କିଏ କହୁଛି ଭାରତର ବିକାଶ କରିବ ତ ଆଉ କିଏ କହୁଛି ଓଡ଼ିଶାର ବିକାଶ କରିବ କିନ୍ତୁ ପ୍ରକୃତରେ କ’ଣ ବିକାଶ ହୋଇଛି କି କ୍ରଶ୍ନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ।

pccଅନ୍ୟପଟେ ଆଜି ସକାଳୁ ଦାମଙ୍କ ବାସଭବନକୁ ଯାଇ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ସାକ୍ଷାତ କରିବା ପରେ ରଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଏପରିକି ଦାମ ଏବଂ ବୈଜୟନ୍ତ ୨୦୧୯ ନିର୍ବାଚନ ପୂର୍ବରୁ ଏକ ରଣନୀତି ପ୍ରସ୍ତୁତ କରିବା ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।