ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କ ଦମଦାର ଲଢେଇ । ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ନେତା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର କସରତ

117

କନକ ବ୍ୟୁରୋ: ଆସ୍କାରେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋୟୀ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଁଙ୍କ ପତ୍ନୀ ।

ଆସ୍କା ରେ ପ୍ରଚାର ଜୋରଦାର ହୋଇଛି । ଲୋକଙ୍କ ପାଖରେ ପଂହଚୁଛନ୍ତି ନେତା । ଆସ୍କା ଲୋକସଭା ଆସନରୁ ବିଜେପିର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅନୀତା ପ୍ରିୟଦର୍ଶନୀ । କଂଗ୍ରେସ ସମର୍ଥିତ ବାଂମମେଂଟରୁ ପ୍ରାର୍ଥୀ ହୋଇଛନ୍ତି ରାମକୃଷ୍ଣ ପଣ୍ଡା । ଆସ୍କା ଲୋକସଭା ଅଧିନରେ ଆସୁଛି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି ।

ବଲାଙ୍ଗୀର ଲୋକସଭା ଓ କଂଟାବାଝିଂ ବିଧାନସଭା ଆସନ ପାଇଁ ଜୋରଦାର ପ୍ରଚାର କରାଯାଉଛି । ବଲାଙ୍ଗୀରର ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଓ କଂଟାବାଝିଂ ବିଧାୟକ ପ୍ରାର୍ଥୀ ଅଜୟ ଦାସ ନିଜ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।ମୁରିବାହାଲ ବ୍ଲକର ବିଭିନ୍ନ ଗାଁରେ ଯାଇ ନିଜ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସରକାରଙ୍କ ଜନହିତକର ଯୋଜନାକୁ ନେଇ ସେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରାୟ ସପ୍ତାହେ ସମୟ ରହିଛି । ଆଉ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ ନିର୍ବାଚନମଣ୍ଡଳିରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ନିର୍ବାଚନ ମୈଦାନରେ ଅଛନ୍ତି ମୋଟ ୭ଜଣ ପ୍ରାର୍ଥୀ । ଜୁନାଗଡ ବିଧାନସଭା ଆସନ ପାଇଁ ବିଜେଡି କ୍ୟାପଟେନ ଦିବ୍ୟ ଶଂକର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ବିଜେପିର ନୂଆ ମୁହଁ ମନୋଜ ମେହେର ଓ କଂଗ୍ରେସ ପ୍ରାର୍ଥୀ ଅନୀଲ ସଂହଦେଓ ନିର୍ବାଚନ ଲଢୁଛନ୍ତି । କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ନବୀନ ସରକାରଙ୍କ ବିକାଶକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖକୁ ଯାଉଛନ୍ତି । ସେହିପରି କଂଗ୍ରେସ ଚାଷିକାର୍ଡ ଓ ମହିଳା ସମସ୍ୟାକୁ ପ୍ରସଙ୍ଗ କରି ପ୍ରଚାର କରୁଛି । ଅନ୍ୟପଟେ ବିଜେପି ମୋଦି ସରକାରଙ୍କ ଗୁଣଗାନକରି ଭୋଟରକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଏଥର ଜୁନାଗଡରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ।

ସବୁଠାରୁ କନିଷ୍ଠ ପ୍ରାର୍ଥୀ ଚନ୍ଦ୍ରାଣୀ ମୂର୍ମୁ ଲଢିବେ ଲୋକସଭା ନିର୍ବାଚନ । ତାଙ୍କୁ କେନ୍ଦୁଝରରୁ ପ୍ରାର୍ଥୀ କରିଛି ବିଜେଡି । କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳିରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପ୍ରଚାର ଆରମ୍ଭ କରିଛନ୍ତି ଚନ୍ଦ୍ରାଣୀ । ନବୀନ ସରକାରଙ୍କ ଲୋକକଲ୍ୟାଣକାରୀ କାମକୁ ମୁଖ୍ୟ ପ୍ରସଙ୍ଗ କରି ଚନ୍ଦ୍ରାଣୀ ଭୋଟରଙ୍କ ପାଖକୁ ଯାଉଛନ୍ତି । ସେପଟେ ୨୬ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟକ୍କର ଦେବେ ବିଜେପିର ଅନନ୍ତ ନାୟକ, କଂଗ୍ରେସର ମୋହନ ହେମ୍ବ୍ରମ । ଏଥର କେନ୍ଦୁଝରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।