ଏବେ ଡିଏଲ୍ / ଆରସି ପାଖରେ ନଥିଲେ ମଧ୍ୟ କଟିବନି ଚାଲାଣ ! ଡାଉନଲୋଡ୍ କରନ୍ତୁ ଏହି ଗୋଟିଏ ଆପ୍ , କାଗଜପତ୍ର ଧରି ବୁଲିବାକୁ ପଡିବନାହିଁ ।

19,370

ସେପ୍ଟେମ୍ବର ପହିଲାରୁ ଟ୍ରାଫିକର ନୂଆ ନିୟମ ଲାଗୁ ହେବା ପରେ ଅନେକ ସ୍ଥାନରେ ଚାଲାଣ କାଟିବାର ଖବର ସାମ୍ନାକୁ ଆସୁଛି । ଜରିମାନାର ତଣ୍ଡ ଏତେ ଅଧିକ ହୋଇଯାଇଛି ଯେ ଆପଣ ଯଦି କେଉଁ ସ୍ଥାନକୁ ଡିଏଲ୍ କିମ୍ବା ଗାଡିର ଅନ୍ୟ କୌଣସି ଦସ୍ତାବିଜ୍ ନ ନେଇ ଯାତାୟତ କରୁଛନ୍ତି ତେବେ ନାକେଦମ୍ ହେବାକୁ ପଡୁଛି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇ ଆପଣ ଏହିଭଳି ସମସ୍ୟାରୁ ବଂଚିପାରିବେ ।

ଭାରତ ସରକାରଙ୍କ ପରିବହନ ମନ୍ତ୍ରାଳୟ ଆଇଟି ଆକ୍ଟ ଅନୁସାରେ , ଡିଜିଲକର ଏବଂ ଏମ୍ ପରିବହନରେ ଥିବା ଦସ୍ତାବିଜ୍ ର ଇଲେକ୍ଟ୍ରୋନିକ୍ କପିକୁ ମୂଳ ଦସ୍ତାବିଜ୍ ଭଳି ହିଁ ଦେଖାଯିବ । ଯଦି କୌଣସି ଯାତ୍ରୀଙ୍କ ପାଖରେ ଏହି ଆପ୍ ରେ ମୂଳ ଦସ୍ତାବିଜ୍ ଅଛି ତେବେ ତାଙ୍କୁ କାଗଜପତ୍ର ଧରି ବୁଲିବାର କୌଣସି ଆବଶ୍ୟକତା ନାହିଁ । ତେବେ ବର୍ତ୍ତମାନ ଆପଣ ଏହି ଆପ୍ କୁ ଡାଉନଲୋଡ୍ କରି ହିଁ ସମସ୍ୟାର ସମାଧାନ କରିପାରିବେ ।

ପ୍ରଥମେ ଆପ୍ ଡାଉନଲୋଡ୍ କରନ୍ତୁ । ଏହାହେବା ପରେ ସାଇନ୍ ଅପ୍ କରିବା ପାଇଁ ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ । ଆପଣଙ୍କ ମୋବାଇଲ୍ କୁ ଗୋଟିଏ ଓଟିପି କୋଡ୍ ଆସିବ ଯାହାକୁ ଏଣ୍ଟର କରି ଭେରିଫାଇ କରନ୍ତୁ । ଏବେ ଲଗଇନ୍ କରିବା ପାଇଁ ୟୁଜର୍ ନାଁ ଏବଂ ପାସୱାର୍ଡ ସେଟ୍ କରନ୍ତୁ । ଏହାପରେ ଆପଣଙ୍କ ଡିଜିଲକର୍ ଆକାଉଣ୍ଟ୍ ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ନିଜ ଡିଜିଲକର୍ ଆକାଉଣ୍ଟ୍ ରେ ଆଧାର ନମ୍ବର ପ୍ରମାଣିତ କରିବାକୁ ପଡିବ । ଏହାପରେ ଆଧାର ଡାଟାବେସ୍ ରେ ଆପଣଙ୍କ ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟର୍ ଥିବ ଏଥିରେ ଗୋଟିଏ ଓଟିପି ଆସିବ ଯାହାକୁ ଏଣ୍ଟର କରିବା ପରେ ଆପଣଙ୍କ ଆଧାର ପ୍ରମାଣିତ ହୋଇଯିବ । ବର୍ତ୍ତମାନ ଆପଣ ଡିଜିଲକର୍ ଆପ୍ ମାଧ୍ୟମରେ ଆରସି , ଲାଇସେନ୍ସ ଏବଂ ଇନ୍ସୋରାନ୍ସର କପି ଡାଉନଲୋଡ୍ କରିପାରିବେ ଏବଂ ଟ୍ରାଫିକ୍ ପୋଲିସଙ୍କୁ ଦେଖାଇପାରିବେ । ଏମ୍ ପରିବହନ ଆପ୍ ରେ ଗାଡି ମାଲିକଙ୍କ ନାଁ , ରେଜିଷ୍ଟ୍ରେସନ୍ ତାରିଖ ,ମଡଲ୍ ନମ୍ବର ଏବଂ ଇନ୍ସୋରାନ୍ସର ବୈଧତା ଆଦି ବିବରଣୀ ରହିଥାଏ । ଏଭଳି ସ୍ଥିତିରେ ଆପଣଙ୍କୁ କୌଣସି କାଗଜପତ୍ର ସାଙ୍ଗରେ ନେଇ ଚାଲିବାକୁ ପଡିବ ନାହିଁ । ଟ୍ରାଫିକ୍ ପୋଲିସ୍ ନିଜ ପାଖରେ ଥିବା ମୋବାଇଲରୁ ଡ୍ରାଇଭର୍ କିମ୍ବା ପରିବହନର ବିବରଣୀ ନେବାପାଇଁ କ୍ୟୁଆର୍ କୋଡ୍ ଜରିଆରେ ଡାଟାକୁ ବାହାର କରି ଦେଖିପାରିବେ ଏବଂ ଡ୍ରାଇଭର୍ ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଘଂନର ସମ୍ପୁର୍ଣ୍ଣ ରେକର୍ଡ ବି ରଖିପାରିବେ ।