କନକ ବ୍ୟୁରୋ: ନବରଙ୍ଗପୁର କୋଡିଙ୍ଗାରେ ଥାନାରେ ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ଅଭିଯୋଗ । ଘଟଣା ଜାଣିବା ପରେ ଥାନା ଆଗରେ ଲୋକେ ପ୍ରତିବାଦ କରିବା ସହ ଥାନାରେ ଭଂଗାରୁଜା କରିଛନ୍ତି । ଏହାକୁ ଚପାଇବାକୁ ଯାଇ କୁୁକୁଡା ଲଢେଇ ଉପରେ ଚଢଉ କରି ପୋଲିସ ଘଟଣା ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଠାରେ କୁକୁଡା ଖେଳ ଚାଲିଥିବା ବେଳେ ପୁଲିସ ଚଢାଉ କରିଥିଲା । ଯାହାକୁ ନେଇ ପୁଲିସ ଓ ସ୍ଥାନୀୟବାସିନ୍ଦା ଧସ୍ତାଧସ୍ତି ହୋଇଥିଲେ ।
ଏପରିକି କୁକୁଡା ଲଢେଇ ସମୟରେ ଉପସ୍ଥିତ ଲୋକେ ପୁଲିସ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ପୁଲିସ କୁକୁଡା ଲଢେଇ କରୁଥିବା ଦୁଇ ଜଣ ଅଭିଯୁକ୍ତକୁ ସେଠାରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ କୋଡିଙ୍ଗା ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । ଯାହାକୁ ନେଇ କୋଡିଙ୍ଗାରେ ଉତେଜନା ଲାଗିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/vlcsnap-2019-06-16-15h24m19s216.png)
/kanak/media/post_attachments/wp-content/uploads/2019/06/vlcsnap-2019-06-16-15h23m08s522-300x165.png)