ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ କହିଲେ ରିମା ! ବିସ୍ଫୋରଣ ପୂର୍ବରୁ କ’ଣ ହୋଇଥିଲା, କିଭଳି ଫୁଟିଥିଲା ପାର୍ସଲ, ପୁଲିସ ଆଗରେ ବଖାଣିଲେ ପୂରା ଘଟଣା
କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରିମା ସାହୁ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୋଲିସକୁ ପ୍ରଶ୍ନ କରିଛନ୍ତି । ବୟାନ ରେକର୍ଡ ସମୟରେ ପ୍ରଥମରୁ ହିଁ ଏହି ନବବିବାହିତା ପୋଲିସକୁ ପଚାରିଥିଲେ ଯେ, ତାଙ୍କ ସ୍ୱାମୀ କେମିତି ଅଛନ୍ତି । ପୋଲିସ ଏହି ପ୍ରଶ୍ନକୁ ଏଡାଇ ଯାଇ ପାର୍ସଲ ବୋମା କିଏ ପଠାଇ ଥାଇପାରନ୍ତି ସେନେଇ ପ୍ରଶ୍ନ କରିଥିଲା । ବୋମା ବିସ୍ଫୋରଣ ପୂର୍ବରୁ କଣ ଘଟିଥିଲା ଓ ସେନେଇ ପୋଲିସକୁ ରିମା କଣ କହିଛନ୍ତି ସେ ବାବଦରେ ପୋଲିସ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୃତ୍ୟୁର ଆୟୁଧ ହୋଇ ଆସିଥିବା ପାର୍ସଲ୍, ଯାହା ଦୁଇ ଜଣଙ୍କ ଜୀବନ ନେଇଗଲା, ଆଉ ଜଣକୁ ଜୀବନ ଯୁଦ୍ଧରେ ସଂଗ୍ରାମ କରିବାକୁ ଛାଡ଼ି ଦେଇଗଲା । ସେହି ପାଟଣାଗଡ଼ରେ ପାର୍ଲସ୍ ବେମା ବିସ୍ଫୋରଣ ଘଟଣାରେ ନବବଧୂଙ୍କ ବୟାନ୍ ରେକର୍ଡ କରିଛି ପୁଲିସ୍ ।ବିସ୍ଫୋରଣ ପୂର୍ବରୁ ସେଦିନ ଘଟିଥିଲା କ’ଣ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କ’ଣ ହୋଇଥିଲା କଥାବାର୍ତା ?କିଛି ଏହି ଭଳି ଢ଼ଙ୍ଗରେ ଆହତ ନବବଧୂ ରୀମା ସାହୁଙ୍କ ବୟାନ୍ ରେକର୍ଡ କରିଛି ପୁଲିସ । ହସ୍ପିଟାଲ ବେଡରେ ଶୋଇ ରହିଥିଲେ ରୀମା, ଆଉ ପୁଲିସ୍ ଜାଣିବାକୁ ଚାହିିଁଥିଲା ପୁରା ଘଟଣା ।ରୀମାଙ୍କୁ ବିସ୍ପୋରଣ ଘଟଣା ବିଷୟରେ ପଚାରିବାରୁ ସେ ପୋଲିସ ପଚାରିଥିଲେ ତାଙ୍କ ସ୍ୱାମୀ ଶେଖର କେମିତି ଅଛନ୍ତି । କିନ୍ତୁ ରୀମା ଏଯାଏଁ ଜାଣି ନାହାଁନ୍ତି ତାଙ୍କ ସ୍ୱାମୀ ଆଉ ଏ ଦୁନିଆରେ ଆଉ ନାହାଁନ୍ତି । ହସ୍ପିଟାଲ ବେଡରେ ଥାଇ ସୁଦ୍ଧା ରୀମା ଖୋଜୁଛନ୍ତି ତାଙ୍କ ଜୀବନସାଥୀଙ୍କୁ ।
ଏହାବାଦ ଶେଖରଙ୍କ ବ୍ୟକ୍ତିଗତ ଜୀବନରେ ପୋଲିସ ପଚାରିବାରୁ ରୀମା କହିଥିଲେ, ଏ ବାବଦରେ କଥା ହେବା ପାଇଁ ସେ ସମୟ ପାଇ ନଥିଲେ । ତେବେ ରାୟପୁରରେ ପାର୍ସଲ ଆସିଥିବା ନେଇ ସ୍ପଷ୍ଟ କରିଥିଲେ ରୀମା । ମୃତ୍ୟୁର ଉପହାର ଆସିବା ପଛରେ ପ୍ରେମ ସଂପର୍କ ଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ବଲାଙ୍ଗିର ପୁଲିସ । ଉଭୟ ରୀମା ଏବଂ ସୌମ୍ୟଶେଖରଙ୍କ କଲ ରେକର୍ଡ ମଧ୍ୟ ଯାଂଚ୍ କରିଛି ।
ସେହିପରି ପାର୍ସଲ ଆସିଥିବା ରାୟପୁର ଏବଂ ସୌମ୍ୟଶେଖର ଚାକିରି କରୁଥିବା ବାଙ୍ଗାଲୋର ଯାଇ ମଧ୍ୟ ପୁଲିସ୍ ଛାନଭିନ୍ ଜାରି ରହିଛି । ଆଉ ଘଟଣା ଉପରୁ ପରଦା ହଟାଇବା ପାଇଁ ୩ଟି ଟିମ୍ ଗଠନ କରି ତଦନ୍ତ କରିଛି ବଲାଙ୍ଗୀର ପୁଲିସ । ଏସବୁ ଭିତରେ ପୁରା ଘଟଣାରେ ପ୍ରେମ ସଂପର୍କ ଲିଙ୍କ୍ ନେଇ ଆସୁଥିବା ସନ୍ଦେହ ଘଟଣାର ମୋଡକୁ ବଦଳାଇ ଦେଇଛି । କିଏ ସେ ତୃତୀୟ ବ୍ୟକ୍ତି ? କିଏ ରଚିଥିଲେ ମୃତ୍ୟୁର ଷଡଯନ୍ତ୍ର? ଏହା ଉପରୁ ପରଦା ହଟାଇବା ବର୍ତମାନ ପାଇଁ ପୁଲିସ ପାଇଁ ଏକ ବଡ ଆହ୍ୱାନ୍ ।