ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ବାର ଆସୋସିଏସନ ବୈଠକରେ ନିଷ୍ପତି

କାଲିଠୁ କାର୍ଯ୍ୟରେ ଯୋଗଦେବେ ଓକିଲ

154

କନକ ବ୍ୟୁରୋ: ୭୨ ଦିନ ଆନ୍ଦୋଳନ ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗ ଦେବେ । ପାଖାପାଖି ଅଢେଇମାସ ପରେ ପୁଲିସ ଓ ଆଇନଜୀବୀ ବିବାଦର ସମାଧାନ ହୋଇଛି । ଆଜି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Source:Taxscan

ଏହି ଘଟଣା ପରେ ଆଇନଜୀବୀଙ୍କ ଆନ୍ଦୋଳନର ସମାଧାନ ପାଇଁ ବାଟ ଫିଟିଛି । ଅନ୍ୟପଟେ ଆଜି ହାଇକୋର୍ଟ ବାର ଆସୋସିଏନ୍ର ବୈଠକ ବସୁଛି । ଆଶା କରାଯାଉଛି ଏଥିରେ କିଛି ଚୂଡାନ୍ତ ନିଷ୍ପତି ଆସିବ ।

Comments are closed.