କନକ ବ୍ୟୁରୋ: ୭୨ ଦିନ ଆନ୍ଦୋଳନ ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗ ଦେବେ । ପାଖାପାଖି ଅଢେଇମାସ ପରେ ପୁଲିସ ଓ ଆଇନଜୀବୀ ବିବାଦର ସମାଧାନ ହୋଇଛି । ଆଜି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।
ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Source:Taxscanଏହି ଘଟଣା ପରେ ଆଇନଜୀବୀଙ୍କ ଆନ୍ଦୋଳନର ସମାଧାନ ପାଇଁ ବାଟ ଫିଟିଛି । ଅନ୍ୟପଟେ ଆଜି ହାଇକୋର୍ଟ ବାର ଆସୋସିଏନ୍ର ବୈଠକ ବସୁଛି । ଆଶା କରାଯାଉଛି ଏଥିରେ କିଛି ଚୂଡାନ୍ତ ନିଷ୍ପତି ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/HIGHCOURT.jpg)
/kanak/media/post_attachments/wp-content/uploads/2018/11/vlcsnap-2018-11-13-12h07m20s521-300x220.png)