ଗାଁ ଲୋକଙ୍କ କବଳରେ ୧୨ ଘଂଟା ବନ୍ଦୀ ପୁଲିସ

15

ନୟାଗଡ : ପୁଲିସ୍ ଭ୍ୟାନକୁ ଅଟକ ରଖିଲେ ଗାଁ ଲୋକ । ପ୍ରାୟ ୧୨ ଘଂଟା କାଳ ଉତ୍ୟକ୍ତ ଗାଁ ଲୋକଙ୍କ କବଳରେ ବନ୍ଦୀ ରହିଲେ ପୋଲିସ କର୍ମଚାରୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ପରିଡା ଗାଁରେ । ତେବେ ଗାଁ ଲୋକଙ୍କ ଏଭଳି କରିବା ପଛର କାରଣ ହେଉଛି, ଗାଁର ଜଣେ ଯୁବତୀଙ୍କୁ ଧରି ଫେରାର ହୋଇଯାଇଥିଲା ଅନ୍ୟ ଜାତିର ଯୁବକ । ଆଉ ପ୍ରାୟ ବର୍ଷେ ପରେ ଗାଁକୁ ଫେରିବାବେଳେ ସଂପୃକ୍ତ ଯୁବତୀଙ୍କୁ ଅଧବାଟରେ ଛାଡି ଚାଲିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଧରିବା ଲାଗି ୩ଦିନ ସମୟ ନେଇଥିଲା ପୋଲିସ । ତେବେ ଏହି ୩ଦିନ ଝିଅକୁ ବାପଘରେ ରଖିବା ପାଇଁ ନିଦେ୍ର୍ଦଶ ଦେଲେ କୋର୍ଟ । ଆଉ କୋର୍ଟଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ପାଇଁ ସୋମବାର ଅପରାହ୍ନରେ ଯୁବତୀଙ୍କୁ ସାଙ୍ଗରେ ଧରି ପରିଡା ଗାଁରେ ପହଂଚିଥିଲା ପୋଲିସ । ହେଲେ ଝିଅକୁ ଗ୍ରହଣ କରିବା ତ ଦୂରର କଥା ପୋଲିସ ଭ୍ୟାନ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ ଉତ୍ୟକ୍ତ ଗାଁ ଲୋକ । ସେମାନଙ୍କ ଜିଦ ଅଜାତିରେ ଚାଲିଯାଇଥିବାରୁ ଝିଅକୁ ଆଉ ଗାଁରେ ରଖାଇ ଦେବେନି । ସୁରଟରେ ଯୁବତୀ ଜଣକ ସଂପୃକ୍ତି ଯୁବକଙ୍କୁ ବିବାହ କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଆଉ ପୋଲିସ ଉପସ୍ଥିତିରେ ଝିଅକୁ ନେଇ ଯୁବକଙ୍କ ଘରେ ପହଂଚିବା ସହ ଗ୍ରୀଲ ତାଡି, ପରିବାର ସଦସ୍ୟଙ୍କୁ ଅସଦ ବ୍ୟବହାର କରିଥିଲେ । ଏସବୁ ଦେଖି ନାଚାର ଥିଲା ପୋଲିସ । ପ୍ରାୟ ୧୨ ଘଂଟା କାଳ ପୋଲିସ ଏଭଳି ଲୋକଙ୍କ ଗହଣରେ ବନ୍ଦୀ ରିହିବା ପରେ ଶେଷରେ ଝିଅକୁ ସାଙ୍ଗରେ ଧରି ଗାଁରୁ ପଳାଇ ଆସିଛି । ତାଙ୍କୁ ଅନ୍ୟତ୍ର ରଖିବା ବ୍ୟବସ୍ଥା କରିଛି । କଥା ଉଠୁଛି କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ହଟହଟା ହୋଇଛି ପୁଲିସ ।