କନକ ବ୍ୟୁରୋ :ଏଠି ପୋଲିସର ବନ୍ଧୁକର ଶବ୍ଦ ନଥିଲା । ଥିଲା ମାନବିକତା ସହ ସ୍ନେହ, ଶ୍ରଦ୍ଧା ଓ ଭାତୃଭାବ । ସାମ୍ନାକୁ ଆସିଛି ପୋଲିସର ମାନବପଣିଆ । ଦେଖିବାକୁ ମିଳିଛି ଛତିଶଗଡ ପୋଲିସର ଭଦ୍ର ଚେହେରାର ଉଦାହରଣ । ଏଠାରେ ପୁଲିସ ଆତ୍ମସମର୍ପଣ କରିଥିବା ଏକ ନାବାଳିକା ନକ୍ସଲକୁ ପାଳିବା ସହିତ ବିବାହ ମଧ୍ୟ କରାଇଛନ୍ତି। କେବଳ ଏତିକି ନୁହେଁ ତା’ସହିତ ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲମାନଙ୍କୁ ବି ପୁଲିସ ସାହାଯ୍ୟ କରିଛି।
ପୁଲିସର ଅନ୍ୟ ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ,ରାଜନାନ୍ଦଗାଓ ଜିଲ୍ଲାରେ ୨୦୧୪ ମସିହାରେ ନକ୍ସଲ ସାବିତ୍ରୀ ବିଶ୍ୱର୍କମା ଓରଫ ରେସମା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ସେତେବେଳେ ରେସମାର ବୟସ ୧୩ବର୍ଷ ଥିଲା। କାଙ୍କେର ଜିଲ୍ଲାସ୍ଥିତ ତମୋଡା ଗ୍ରାମରେ ନକ୍ସଲମାନେ ଆକ୍ରମଣ କରି ରେସମାକୁ ସାଥୀରେ ନେଇ ଯାଇଥିଲେ।
ସୂଚନାଯୋଗ୍ୟ, ନକ୍ସଲମାନେ ରେସ୍ମାକୁ ନିଜ ସାଥୀରେ ନେଇଯାଇ ପ୍ରଶିକ୍ଷଣ ଦେଇଥିଲେ। ଏହାପରେ ଖଣ୍ଡଗ୍ରାମ ଥାନା ଅଞ୍ଚଳରେ ପଲ୍ଲେମାଡି ଏଲଓଏସ ସଦସ୍ୟ ରୂପରେ ସକ୍ରିୟ କଲେ। ନକ୍ସଲଙ୍କ ବ୍ୟବହାର ଓ ହତ୍ୟା, ରକ୍ତ ଆଦି ଦେଖି ବ୍ୟସ୍ତ ବିବ୍ରତ ହୋଇ ରେସମା ୨୦୧୪ରେ ରାଜନାନ୍ଦଗାଓ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ନକ୍ସଲମାନେ ଉତକ୍ଷିପ୍ତ ହୋଇ ତାଙ୍କ ପିତା ଆୟତୁ ରାମଙ୍କୁ ହତ୍ୟା କରିଥିଲେ।
ପୁଲିସ ଅପରାଧୀଙ୍କ ସହିତ କିପରି ସ୍ୱଭାବ ଦେଖାଏ ତାହା ଆମେ ସମସ୍ତେ ଜାଣିଛେ। କିନ୍ତୁ ଛତିଶଗଡ଼ ପୁଲିସ ରେସମା ସହିତ ଯାହା କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ଆତ୍ମସମର୍ପଣ ପରେ ପୁଲିସ ରେସମାର ପାଳନ ପୋଷଣ ଦାୟିତ୍ୱ ନେଇଥିଲେ, ନିଜ ଝିଅ ଭଳି ପାଖରେ ରଖି ପାଠ ପଢ଼ାଇଥିଲେ ଏବଂ ଚାକିରି ମଧ୍ୟ କରାଇ ଦେଇଥିଲେ। ଏଥିସହିତ ରେସମା ସହିତ ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲମାନଙ୍କୁ ପାଳିବା ପୋଷିବା ଦାୟିତ୍ୱ ବି ପୁଲିସ ନେଇଥିଲେ।
ପୁର୍ନବାସ ନୀତି ଅନୁଯାୟୀ, ରେସମାଙ୍କୁ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରାଯାଇଥିଲା। ଏଥିସହିତ ପୁଲିସ ରେସମାର ବିବାହ ସମାଜର ଜଣେ ଯୁବକ ସହିତ ଗାୟତ୍ରୀ ମନ୍ଦିରରେ କରାଇଥିଲେ। ଏହି ବିବାହ ଉତ୍ସବରେ ପୁଲିସ ବିଭାଗର କର୍ମଚାରୀ, ସାମାଜିକ କାର୍ୟ୍ୟକର୍ତ୍ତା ଓ ଆତ୍ମସମର୍ପଣ କରିଥିବା ନକ୍ସଲ ଆଦି ସାମିଲ ରହି ଆର୍ଶୀବାଦ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/daughter.jpg)