ଅକ୍ଟୋବର ୨୧ରେ ଦେଶବ୍ୟାପୀ ପାଳନ ହେବ ‘ପୋଲିସ ସ୍ମାରକୀ’ ଦିବସ । କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

41

କନକ ବ୍ୟୁରୋ: ଅକ୍ଟୋବର ୨୧ ତାରିଖରେ ‘ପୋଲିସ୍ ସ୍ମାରକୀ’ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀ ଓ ସମସ୍ତ ପୁଲିସ ଯବାନଙ୍କୁ ଏନେଇ ସୁଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ କର୍ମଚାରୀମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ‘ପୁଲିସ ସ୍ମୃତି ଦିବସ’ ରୂପେ ପାଳନ କରାଯାଏ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଆମର ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳିତ ହୁଏ ।  ସ୍ୱତନ୍ତ୍ରତା ପ୍ରାପ୍ତି ପରଠାରୁ ଏବେ ଯାଏ ପ୍ରାୟ ୩୫,୦୦୦ ପୁଲିସ କର୍ମଚାରୀ ଦେଶ ପାଇଁ, ସମାଜ ଓ ସାଧାରଣ ଜନତାଙ୍କ ଜୀବନରକ୍ଷା ପାଇଁ ନିଜର ପ୍ରାଣ ବିସର୍ଜନ କରିସାରିଛନ୍ତି । ମୁଁ ଦେଶର ସେହି ମହାନ ବରପୁତ୍ରମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସେମାନଙ୍କର ପରିଜନଙ୍କର ମହନୀୟ ତ୍ୟାଗ “ ତପସ୍ୟାରେ ବହୁମୂଲ୍ୟ ଯୋଗଦାନ ବି ରହିଛି ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ମୋଦି ।

ପ୍ରବଳ ବର୍ଷା ହେଉ କି ପ୍ରଚଣ୍ଡ ରୌଦ୍ରତାପ – ଯେକୌଣସି ସ୍ଥାନରେ କିଛି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲେ, ଏମାନେ ସର୍ବପ୍ରଥମେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଆମେ ସେମାନଙ୍କୁ ଦେଖୁ କିନ୍ତୁ ଏ କଥା ଆଡ଼କୁ ଆମର ଦୃଷ୍ଟି ଯାଏନି “ ଏମାନେ ହେଉଛନ୍ତି ଆମର ସାହସୀ ପୁଲିସ କର୍ମଚାରୀ । ମୁଁ ଆଜି ଗୌରବର ସହ ଆମର ସାହସୀ ପୁଲିସ କର୍ମୀମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି । ସମସ୍ତ ଦେଶବାସୀ ତାଙ୍କୁ ସର୍ବଦା ଗର୍ବର ସହ ସ୍ମରଣ କରନ୍ତୁ ଏଥିପାଇଁ ମୁଁ ଧୀରେ ଧୀରେ ଦେଶବାସୀଙ୍କୁ ଅଭ୍ୟସ୍ତ କରିବାକୁ ଚାହୁଁଛି ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ପୁଲିସ ବାହିନୀରେ କାର୍ଯ୍ୟରତ ସେହି ଲକ୍ଷ ଲକ୍ଷ ପୁଲିସ କର୍ମୀମାନଙ୍କୁ ମୁଁ ସଲାମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପ୍ରଣାମ କରୁଛି । ଏ ଦେଶର ଏପରି କୌଣସି ଧାର୍ମିକ ପର୍ବ ନାହିଁ ଯେଉଁଠାରେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କର ସାହାଯ୍ୟ ସହଯୋଗର ଆହ୍ୱାନ ମୂଳକ କାର୍ଯ୍ୟଗୁଡ଼ିକୁ ଆମ ପୁଲିସ କର୍ମଚାରୀମାନେ ଦୃଢ଼ତାର ସହ ନିର୍ବାହ କରିନଥାନ୍ତି । ଅକ୍ଟୋବର ୨୧ ତାରିଖରେ ପୁଲିସ ସ୍ମାରକୀର ଉଦଘାଟନ କରିବାକୁ ଯାଉଛି ଯେଉଁଠାରେ ଦେଶବାସୀ ଆମର ସୁରକ୍ଷାରେ ନିୟୋଜିତ ପୁଲିସ କର୍ମଚାରୀମାନଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକଟ କରିପାରିବେ ବୋଲି  କହିଛନ୍ତି ମୋଦି ।