ସାକ୍ଷୀଗୋପାଳ : ବିକ୍ଷୋଭ ବେଳେ ଚାଷୀଙ୍କୁ ପୁଲିସର ଲାଠି ମାଡ

19

କନକ ବ୍ୟୁରୋ : ଚାଷୀଙ୍କୁ ପୁଲିସର ଲାଠି ମାଡ । ପୁରୀ ସାକ୍ଷୀଗୋପାଳରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଏବଂ କୃଷକ । ବିଭିନ୍ନ ଦାବି ନେଇ ନୀଳାଚଳ କୃଷକ ମହାସଂଘ ବିକ୍ଷୋଭ କରୁଥିବା ବେଳେ ପୁଲିସ ଚାଷୀଙ୍କୁ ଲାଠି ମାଡ କରିଛି । ୬୯ ଦଫା ଦାବିରେ ବକୁଳବନରୁ ତହସିଲ ଅଫିସ ଯାଏ ଆନ୍ଦୋଳନକାରୀ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ-ଭୁବନେଶ୍ୱର ରାଜପଥ ଅବରୋଧ କରିଛନ୍ତି ।

ଫଳରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । କିନ୍ତୁ ବିକ୍ଷୋଭକାରୀ ଚାଷୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ଲାଠିମାଡ କରିଛି । ଆନ୍ଦୋଳନକାରୀ ଚାଷୀମାନେ ଖାଉଥିବା ବେଳେ ପୁଲିସ ଅତି ନିର୍ଦ୍ଦୟ ଭାବେ ଲାଠିମାଡ କରିଥିଲା । ପରେ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଚିଂ ପୁଲିସ ଓ ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।