କନକ ବ୍ୟୁରୋ : ଚାଷୀଙ୍କୁ ପୁଲିସର ଲାଠି ମାଡ । ପୁରୀ ସାକ୍ଷୀଗୋପାଳରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଏବଂ କୃଷକ । ବିଭିନ୍ନ ଦାବି ନେଇ ନୀଳାଚଳ କୃଷକ ମହାସଂଘ ବିକ୍ଷୋଭ କରୁଥିବା ବେଳେ ପୁଲିସ ଚାଷୀଙ୍କୁ ଲାଠି ମାଡ କରିଛି । ୬୯ ଦଫା ଦାବିରେ ବକୁଳବନରୁ ତହସିଲ ଅଫିସ ଯାଏ ଆନ୍ଦୋଳନକାରୀ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ-ଭୁବନେଶ୍ୱର ରାଜପଥ ଅବରୋଧ କରିଛନ୍ତି ।
ଫଳରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । କିନ୍ତୁ ବିକ୍ଷୋଭକାରୀ ଚାଷୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ଲାଠିମାଡ କରିଛି । ଆନ୍ଦୋଳନକାରୀ ଚାଷୀମାନେ ଖାଉଥିବା ବେଳେ ପୁଲିସ ଅତି ନିର୍ଦ୍ଦୟ ଭାବେ ଲାଠିମାଡ କରିଥିଲା । ପରେ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଚିଂ ପୁଲିସ ଓ ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-28-19h57m08s958.png)