ଗାଡିରେ ଯଦି ପ୍ରେସ୍ ,ପୋଲିସ୍ କିମ୍ବା କେଉଁ ରାଜନୀତି ପାର୍ଟିର ନାଁ ଲେଖିଛନ୍ତି ତେବେ ତୁରନ୍ତ ହଟାନ୍ତୁ ! ନଚେତ୍ ୭ ବର୍ଷ ପାଇଁ ବାନ୍ଧିନେବ ପୋଲିସ୍ ।

2,360

ଏବେ ଆପଣଙ୍କ ଗାଡିରେ ଯଦି ପ୍ରେସ୍ କିମ୍ବା କେଉଁ ପାର୍ଟିର ନାଁ ଲେଖାହୋଇଥିବ ତେବେ ଆପଣଙ୍କୁ ୭ ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଏହି ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରି କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଫର୍ଜି ପ୍ରକ୍ରିୟାରେ ଯଦି ପ୍ରେସ୍ କିମ୍ବା କେଉଁ ପାର୍ଟିର ନାଁ ଲେଖିଥାନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଜାରୀ ହେବ ଏବଂ ଧାରା ୪୨୦ ଅନୁସାରେ ୭ ବର୍ଷ ପାଇଁ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡିବ । ତେବେ ଏହିଭଳି ନେମ୍ ପ୍ଲେଟ୍ ଲଗାଇଥିବା ଲୋକଙ୍କ ମଧ୍ୟରେ ଏବେ ନାହିନଥିବା ଅସୁବିଧା ଦେଖାଦେଉଛି । ପୋଲିସ୍ ବାଟରେ ଅଟକାଇ ବ୍ୟକ୍ତିଙ୍କ ପେସା ଉପରେ ଜାଞ୍ଚ୍ କରୁଛନ୍ତି । ଟଙ୍କା ଦେଇ ଜାଲି ପ୍ରେସ୍ କାର୍ଡ କରୁଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ବ୍ୟକ୍ତିଙ୍କ ଗାଡିକୁ ମଧ୍ୟ ଜବତ କରାଯାଉଛି ।

ଛୋଟ ସହର ନୁହଁ ବଡ ବଡ ସହରରେ ମଧ୍ୟ ଲୋକମାନେ ଟ୍ରାଫିକ୍ ରୁ ବଞ୍ଚିବା ପାଇଁ ଗାଡିରେ ପ୍ରେସ୍ ଭଳି ପ୍ଲେଟ୍ ଲଗାଇଦିଅନ୍ତି । କିନ୍ତୁ ହାଇକୋର୍ଟର ନିର୍ଦ୍ଦେଶ ପରେ ଏହି ଭଳି ଲୋକ ଏବେ ଆଉ ବନ୍ଧାହେବାରୁ ବଚିଂପାରିବେ ନାହିଁ ।