କନକ ବ୍ୟୁରୋ : ଜଣେ ୭ ବର୍ଷର ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପର୍କିୟ ଅଜାକୁ ପୁଲିସ ଶନିବାର ଗିରଫ କରିଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଧାକୃଷ୍ଣ ଲେନ ବସ୍ତିରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ସଂପର୍କୀୟ ଅଜା ୧୦ ଟଙ୍କା ଦେଇ ଘରକୁ ଡାକି ଦୁଷ୍କର୍ମ କରିଛନ୍ତି ବୋଲି ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଛନ୍ତି । ପୁଲିସ ମାମଲା ରୁଜୁ କରି ଅଜା ଜଟିଆ ପିଙ୍ଗୁଆକୁ ଗିରଫ କରିଛି । ନାବାଳିକା ପୀଡିତାର ଡାକ୍ତରୀ ପରୀକ୍ଷା କରାଯାଇଛି । ଘଟଣା ସଂପର୍କରେ ନାବାଳିକା ପ୍ରଥମେ ଖୁଡ଼ିଙ୍କୁ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/12-year-old-Madhya-Pradesh-Girl-Gangraped-accused-Uncle-and-Brothers.jpg)