ଭୁବନେଶ୍ୱରରେ ପୋଲିସ ଓ ଏଡିଜିଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ଘଟଣା ! ଟ୍ରାଫିକ୍ କନେଷ୍ଟବଳଙ୍କୁ ଏଡିଜିଙ୍କ ଝିଅଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା ।

17

କନକ ବ୍ୟୁରୋ : ଟ୍ରାଫିକ କନେଷ୍ଟବଳଙ୍କୁ ପୁଲିସ ଏଡ଼ିଜିଙ୍କ ଝିଅ ଦୁର୍ବ୍ୟବହାର କରିଥିବା ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ କରିଛନ୍ତି ମହିଳା କନେଷ୍ଟବଳ । ରିପୋର୍ଟ ଅନୁସାରେ ମାମଲା ରୁଜୁ କରିଛି ପୋଲିସ । ଡ଼୍ୟୁଟିରେ ଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ । ଘଟଣାର ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ । ଅଭିଯୋଗ ଆଧାରରେ ଚାଲିଛି ସିସିଟିଭି ଫୁଟେଜ ଯାଂଚ । ଘଟଣା ସଂପର୍କରେ କାଲି ଡ଼ିସିପିଙ୍କୁ ଜଣାଇଥିଲେ ଏଡ଼ିଜିଙ୍କ ଝିଅ ।

ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଏଜି ଛକରେ ଗତକାଲି ଏକ ହାଇଭୋଲଟେଜ୍ ଡ୍ରାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାମ୍ନାକୁ ଆସିଛି ଜଣେ ପୁଲିସ ସବ୍ ଇନ୍ସପେକ୍ଟର ଓ ଅତିରିକ୍ତ ଡିଜି ପୁଲିସ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନି ଓ ଝିଅଙ୍କ ସହ ଯୁକ୍ତିତର୍କର ଭିଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଆସୁଥିବା ବେଳେ ଏଡିଜିଙ୍କ ପରିବାର ସଦସ୍ୟ ବସିଥିବା ଏକ ଗାଡି ରାସ୍ତା ଉପରକୁ ଚାଲିଆସିଥିଲା । ଏହାପରେ ପୁଲିସ କର୍ମଚାରୀ ମାନେ ଗାଡିକୁ ଅଟଳାଇବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ଏବେ ସାମ୍ନାକୁ ଆସିଥିବା ଭିଡିଓରେ ପୁଲିସ ସବ୍ ଇନସ୍ପେକ୍ଟର ଓ ଏଡିଜି ପ୍ରାଣବିନ୍ଦୁଙ୍କ ଝିଅ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି ।