ଅଧାରେ ଅଟକିଛି ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ! କେଉଁଠି ପାଇଖାନା ନିର୍ମାଣ ଅଧାରେ ପଡିଛି ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଉଠିଛି ଟଙ୍କା

15

କନକ ବ୍ୟୁରୋ: ପାଇଖାନା ନିର୍ମାଣରେ ଦୁର୍ନୀତି । କେଉଁଠି ପାଇଖାନା ନିର୍ମାଣ ଅଧାରେ ପଡିଛି ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠିଛି । ଏଭଳି ଦୁର୍ନୀତିର ଗନ୍ଧ ରହିଛି କନ୍ଧମାଳ ଜିଲ୍ଲା ପାଣ୍ଡବାଡ଼ି ଗାଁରେ । ହିତାଧିକାରୀଙ୍କ ନାଁରେ ଟଙ୍କା ଆସୁଛି ହେଲେ ନିର୍ମାଣ ହୋଇପାରୁ ନାହିଁ । ଗୋଟିଏ ପାଇଖାନାକୁ ତିନି ତିନୋଟି ପରିବାର ବ୍ୟବହାର କରୁଛନ୍ତି । ଏମିତି ବି ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ସେହିିପରି ପାଇଖାନା ନିର୍ମାଣରେ ଠିକାଦାର ନିମ୍ନମାନର କାମ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏପରିକି ଜଣଙ୍କ ପାଇଖାନାରେ ଏକାଧିକ ବ୍ୟକ୍ତିଙ୍କ ନାଁ ରହିଛି । ଏ ବିଷୟରେ ଆମ ପ୍ରତିନିଧି ବ୍ଲକ ବିଡ଼ିଓଙ୍କୁ ଭେଟିଥିଲେ । ସେ କହିଥିଲେ କି ଘଟଣାର ତଦନ୍ତ କରାଯିବ ଅଭିଯୋଗରେ ସତ୍ୟତ ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ମୃତ ଲୋକଙ୍କ ନାଁରେ କିପରି ପାଇଖାନା ତିଆରୀ ହେଲା ଏବଂ ଗୋଟିଏ ପାଇଖାନାକୁ କିପରୁ ଏକାଧିକ ଲୋକଙ୍କ ନାଁ ରହିଲା ତାର ନିରପେକ୍ଷ ତଦନ୍ତ ଦାବି ହୋଇଛି ।

Comments are closed.